ବରଗଡ – ୧୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନର୍ସରୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଦିବଂଗତ ହୋଇଥିବା ଗୁରୁ ଏବଂ ସହପାଠୀ ମାନଙ୍କ ସ୍ମୃତି ରେ ଏକ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା lତତ୍ ପଶ୍ଚାତ ପୁରାତନ ଛାତ୍ର ପ୍ରକାଶ ସାହୁ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପୁରାତନ ଛାତ୍ର ମାନଙ୍କ ତରଫରୁ ଅତୀତ ରେ ଶିକ୍ଷାଦାନ କରିଥିବା ଗୁରୁ ବୃନ୍ଦାବନ ପଧାନ, ଗୁରୁ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୁରୁ ଗିରିଜାଶଙ୍କର ଆଚାର୍ଯ୍ୟ ଙ୍କୁ ପଦ ଧୌତ ପୂର୍ବକ ପୁଷ୍ପମାଲ୍ୟ ଏବଂ ଉପଢୌକନ ଓ ପଗଡି ପ୍ରଦାନ ପୂର୍ବକ ଗୁରୁ ମାନଙ୍କ ସୁସ୍ଥ ନିରାମୟ ଜୀବନ କାମନା ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ l ଉକ୍ତ ସଭା ରେ ପୁରାତନ ଛାତ୍ର ବିଶିଷ୍ଟ ଶିକ୍ଷାବିତ ଗଜେନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ଭୋଇ, ଅଧ୍ୟାପକ ଦୁର୍ଗାପ୍ରସନ୍ନ ମହାନ୍ତି, ସାମ୍ବାଦିକ ସତ୍ୟଜିତ ପଧାନ, ସାମ୍ବାଦିକ ଗୋବିନ୍ଦ ପଧାନ, ବିଶିଷ୍ଟ ଶିଳ୍ପପତି ରାଜେଶ ଅଗ୍ରୱାଲ,ବରିଷ୍ଠ ଆଇନଜୀବି ଦ୍ୟୁତିଶ ଆଚାର୍ଯ୍ୟ, ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ଦେବତା ପ୍ରମୁଖ ଅତୀତ ର ଶିକ୍ଷାଦାନ ବ୍ୟବସ୍ଥା ଏବଂ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ l ସମାଜ ପ୍ରତିଟି କ୍ଷେତ୍ରରେ ନିଜ ଶିଷ୍ୟ ମାନଙ୍କ ର ସଫଳତା ହିଁ ଗୁରୁମାନଙ୍କ ପ୍ରତି ଉପଯୁକ୍ତ ଗୁରୁଦକ୍ଷିଣା ଅଟେ ବୋଲି ଗୁରୁମାନେ ନିଜ ବକ୍ତବ୍ୟ ମାନଙ୍କରେ ମତ ପ୍ରକାଶ କରିବା ସହ ପୁରାତନ ଛାତ୍ରମାନଙ୍କ ର ଦ୍ୱାରା ଆୟୋଜିତ ଏହି ପୂଜ୍ୟପୂଜା ର ପରମ୍ପରା କୁ ଭୁୟସୀ ପ୍ରଶଂସା କରିଥିଲେ l ସଭାକାର୍ଯ୍ୟ ପରିଚାଳନା କରିଥିଲେ ବିଶିଷ୍ଟ କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପରିଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ ପୁରାତନ ଛାତ୍ର ଅଶୋକ ବେହେରା l
Related Posts
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଆଶିର୍ବାଦ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର କେ, ଝାଲରସିଂ ଗ୍ରାମଳ ଆଶିର୍ବାଦକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…
ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ
ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ…
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀଙ୍କର ବାଲୁକା କଳା ପ୍ରଦର୍ଶନ କରିଛନ୍ତି।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ସମୁଦ୍ର ବେଳାଭୂମି ଠାରେ ର ମାଁ ସମଲେଶ୍ଵରୀ କଂ ବାଲୁକା କଳା…