ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡି ଉତ୍ସବ ସହ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ।ଶାରଦୀୟ ଦୁର୍ଗାପୂଜା ପାଇଁ ଦୈତ୍ୟ ନଗରୀ କଟକ – ଭୁବନେଶ୍ୱର ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଁ ଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି।ଭୁବନେଶ୍ୱର ବରମୁଣ୍ଡା ଦୁର୍ଗା ମଣ୍ଡପ ଠାରେ ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି ଗତକାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ଅଧ୍ୟକ୍ଷା ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ନୃତ୍ୟାଙ୍ଗନା ଙ୍କ ତାଳେ ତାଳେତାଳେ ଦର୍ଶକ ମାନେ ମଧ୍ୟ ଝୁମି ଉଠିଥିଲେ । ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,
Related Posts
ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗ
ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନନେତା ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ…
ଅମ୍ବାଦଳା ରେ ନବରାତ୍ରି ଉପଲକ୍ଷେ ବିରାଟ କଳସ ଯାତ୍ରା
ଅମ୍ବାଦଳା ରେ ନବରାତ୍ରି ଉପଲକ୍ଷେ ବିରାଟ କଳସ ଯାତ୍ରାରାୟଗଡା : ନବରାତ୍ରି ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଗୁରୁବାର ଦିନ ଆମ୍ବଦଳା ଠାରେ ହଜାର ହଜାର ଭକ୍ତ…
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.. ୨,୫୩୭ ଟି କେଶରୁ ୩୫ ଲକ୍ଷ ୫୫ ହଜାର ୫୬୦ ଟଙ୍କା ଜରିମାନା ଆଦାୟ ।
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.. ୨,୫୩୭ ଟି କେଶରୁ ୩୫ ଲକ୍ଷ ୫୫ ହଜାର ୫୬୦ ଟଙ୍କା ଜରିମାନା ଆଦାୟ । ଗଜପତି…