ବିଷମକଟକ ର ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ଉତ୍କଳୀୟ ପରମ୍ପରା ର ଅନନ୍ୟ ଦେବୀପୀଠ

ବିଷମକଟକ ର ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ଉତ୍କଳୀୟ ପରମ୍ପରା ର ଅନନ୍ୟ ଦେବୀପୀଠ

ରାୟଗଡା : ରାୟଗଡା ଜ଼ିଲ୍ଲା ର ବିଷମକଟକ ସଦର ରେ ଅଧିଷ୍ଠାତ୍ରୀ ଦେବୀ ଭାବେ ମା ମାର୍କମା କହି କେଉଁ ପୁରାତନ କାଳ ରୁ ପୂଜା ପାଇ ଆସୁଛନ୍ତି l ଏହି ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା ମନ୍ଦିରରେ ଶାରଦୀୟ ନବରାତ୍ର ଓ ଚୈତ୍ର ନବରାତ୍ର ବାସନ୍ତୀ ପୂଜା ନବ ଦିନ ବ୍ୟାପି ପୂଜାର୍ଚନା ଏହି ମନ୍ଦିରରେ ପାଳିତ ହୋଇଥାଏ l ମଙ୍ଗଳବାର ଓ ପ୍ରତ୍ୟକ ସଂକ୍ରାନ୍ତି ଓ କାଳୀପୂଜା ଭଳି ବିଭିନ୍ନ ପର୍ବପରବାଣି ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ କିନ୍ତୁ ଏହି ମନ୍ଦିରରେ ମହାଅଷ୍ଟୀମି ପୂଜା ସର୍ବଶ୍ରେଷ୍ଠ ପୂଜା l ଏହି ମନ୍ଦିରରେ ପୂର୍ବ କାଳରେ ନରବଳି ମେରିୟା ପ୍ରଥା ଏହିଠାରେ ପ୍ରଚଳିତ ଥିଲା କିନ୍ତୁ କାଳକ୍ରମେ ଇଂରେଜ ଙ୍କ ସାଶନ କାଳ ସମୟରେ ସମୟରେ ଏହି ମେରିୟା ବଳି ପ୍ରଥା ର ବନ୍ଦ ହୋଇଥିଲା l ପରେ ପରେ ପ୍ରଚଳିତ ମଇଁଷି ବଳି ପ୍ରଥା ମଧ୍ୟ୍ୟ ବନ୍ଦ ହୋଇଗଲା l ବର୍ତ୍ତମାନ କିନ୍ତୁ ଛେଳି, କୁକୁଡ଼ା ଇତ୍ୟାଦି ପଶୁପକ୍ଷୀ ବଳିପ୍ରାଥା ଚାଲିଆସୁଛି ଏଥି ସହିତ ମା ଙ୍କ ଠାରେ ବହୁ କାଳରୁ ନଡ଼ିଆ, କଦଳୀ, ଗଜାମୁହାଁ ମା ଙ୍କ ଠାରେ ପୂଜା କରାଯାଏ l ଉତ୍କଳୀୟ ଯୋଗିନୀ ମଧ୍ୟରୁ ବିଷମକଟକ ର ମା ମାର୍କମା ହେଉଛନ୍ତି ଏକ ପ୍ରସିଦ୍ଧ ଯୋଗିନୀ କରକାମ ମଧ୍ୟ୍ୟ ଅନ୍ୟତମ l ଶାରଳା ଙ୍କ ଚଣ୍ଡିରେ ସରକମା ଭରକମା ଓ ଗୋଲକମା ଆଦି ଯୋଗିନୀ ମାନଙ୍କର ନାମ ଶୁଣିବାକୁ ମିଳିଥାଏ l ବିସଷମକଟକ ରେ ହିଁ ଏହିପରି ଯୋଗିନୀଙ୍କ ନାମ ସହ ସାମ ଞ୍ଜ୍ୟସ ରହିଥିବା କର୍କମା ଙ୍କ ନାମ ଶୁଣିବାକୁ ମିଳୁଛି ଓ ଏଥିସହିତ ଏହି ସ୍ଥାନୀୟ ଦେବୀ ମାର୍କମା ହିଁ ଦୁର୍ଗା ସ୍ୱରୂପ, ଅନ୍ୟ ଯୋଗିନୀ ମାନଙ୍କ ଗହଣ ରେ ରହି ଶ୍ରୀ ମନ୍ଦିରର ଆନ୍ତର୍ବେଦୀ କୁ ରକ୍ଷା କରିଆସୁଛନ୍ତି l ବିଷମକଟକ ର ଏହି ବହୁ ପ୍ରାଚୀନ ଅଧିଷ୍ଠାତ୍ରୀ ଦେବୀ ମା ମାର୍କମାଙ୍କର ସମ୍ବନ୍ଧ ଶ୍ରୀ ମନ୍ଦିର ସହ ରହିଥିବା ଯୋଗୁ ଏକ ଅପୂର୍ବ କୌତୁହଳ ସୃଷ୍ଟି ହୋଇଥାଏ l ମା ମାର୍କମା ଙ୍କ ବିଷୟରେ ମତ୍ତବଳରାମ ଦାସ ଙ୍କ ବଟ ଅବକାଶ ଗ୍ରନ୍ଥ ଓ ବିପ୍ର ପିତାମ୍ବର ଦାସ ଙ୍କ ନୃସିହ ପୂରଣ ରେ ଏହି ପ୍ରସିଦ୍ଧ ଉତ୍କଳୀୟ ଯୋଗିନୀ ମା ମାର୍କମା ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି l ସ୍ଥାନୀୟ ରାଜା ସ୍ବର୍ଗତ ନରେନ୍ଦ୍ର ଥାଟରାଜ, ରାଜ ପୁରୋହିତ ଦଶରଥୀ ଆଚାର୍ଯ୍ୟ, ଆଞ୍ଚଳିକ ନାଟ୍ୟକାର ସ୍ବର୍ଗତ ବଳଭଦ୍ର ନାୟକ ତଥା ମାର୍କମା ଙ୍କ ସେବକ ବିଶ୍ୱମ୍ବର ପୂଜାରୀ ଆଦି ବହୁ ଭକ୍ତଙ୍କ ଦ୍ୱାରା ରଚିତ ସ୍ୱତନ୍ତ୍ର ଭଜନ ଓ ମାର୍କମା ମାଳଶ୍ରୀ ଆଦି ମିଳୁଛି l ବିଶ୍ୱମ୍ବର ପୂଜାରୀଙ୍କ ମାଳଶ୍ରୀ ରେ ଦେବୀଙ୍କ ବର୍ଣ୍ଣନା, ପୂଜାର୍ଚନା ତଥା ପୁରୁଷାନୁକ୍ରମେ ଥାଟ ରାଜାଙ୍କ କୀର୍ତ୍ତି ସମ୍ବଦ୍ଧ ରେ ବର୍ଣନା କରାଯାଇଥିବା ଶୁଣିବାକୁ ମିଳୁଛି l ମା ମାର୍କମା ଓ କର୍କମା ଦେବୀଙ୍କ ବିଷୟରେ ବହୁ କିମ୍ବଦନ୍ତୀ ରେ ଶୁଣିବାକୁ ମିଳେ l କିମ୍ବଦନ୍ତୀ ମୁତାବକ ମାର୍କମା, କର୍କମା ପୂଜାରୀ ଘରେ ରହି କାଞ୍ଚରା ଠାରୁ କାଚ ପିନ୍ଧିବା, କର୍କମା ଙ୍କ ଠାରୁ ପିଲା ଚୋରି କଥା, ମାର୍କମା ଙ୍କ ଦ୍ୱାରା କର୍କମା ଙ୍କ ପ୍ରତି ଉତ୍ସାହ ତଥା କର୍କମା ଙ୍କ ପାପଳି ହେବା ଓ ପାଦପୂଜା ପାଇବା ୟୁଦ୍ଧ କ୍ଷେତ୍ରରେ ଦହିବିକି ଶତ୍ରୁ ପକ୍ଷ କୁ ମୋହିତ କରିବା ଆଦି ପ୍ରସଙ୍ଗ ରୁ ମାର୍କମା ଙ୍କ ସାର୍ବଜନ ଆଦୃତ l ନିୟମଗିରି ର ନିୟମ ରାଜା ଙ୍କ ସହିତ ଏହାଙ୍କ ସମ୍ବଦ୍ଧ ବିଷୟ ଶୁଣିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *