ବୈପାରୀଗୁଡା -(ଏନ ସନ୍ତୋଷ ) ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ରାଜ୍ୟ ଭିତ୍ତିକ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଧ କରାଯାଇଛି l ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଅଭିଭାବକଙ୍କ ଧାରଣା ଦେଇଛନ୍ତି । ଗତ କାଲି ବୈପାରୀଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନବ ନିଯୁକ୍ତି ଶିକ୍ଷକଙ୍କୁ ବିରୋଧ କରାଯଇଥିଲା l ଯୋ ଦ୍ୱରାକି ବାହାର ଜିଲ୍ଲାରୁ ଆସିଥିବା ନବ ନିଯୁକ୍ତ ଶିକ୍ଷକ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା l ଗତ କାଲି ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତକ ଶିକ୍ଷୟତ୍ରୀଙ୍କ ଯୋଗଦେବା ପରେ ଆଜି ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗାଁ ଲୋକେ l ଖବର ପାଇ ସ୍ଥାନୀୟ ଏବିଇଓ ସିଆରସିସି ଏବଂ ପୋଲିସ ପହଂଚି ଉତ୍ତ୍ୱକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ଗାଁ ଲୋକେ l ସରକାରୀ ନିୟମ ମାନିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଥାନା ଆଇଆଇସି ଦିପଞ୍ଜଳି ପ୍ରଧାନ l
Related Posts
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ।
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍ ୫ ହଜାର କୋଟି…
ପାରମ୍ପରିକ ଲୋକ କଳାକାର ମହାସଂଘ ତରଫରୁ ରାଜ୍ୟରେ ଏକ ଲକ୍ଷ କଳାକାରଙ୍କୁ ଭତା ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ
ପାରମ୍ପରିକ ଲୋକ କଳାକାର ମହାସଂଘ ତରଫରୁ ରାଜ୍ୟରେ ଏକ ଲକ୍ଷ କଳାକାରଙ୍କୁ ଭତା ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ …………………………………….କନ୍ଧମାଳ :- (ରିପୋର୍ଟର କୁନା ଦିଗାଲ…
ମିତ୍ର ଫାଉଣ୍ଡେସନର ଏକ ଜରୁରୀ ବୈଠକ ସହିତ କୋର୍ କମିଟି ଗଠନ….
ମିତ୍ର ଫାଉଣ୍ଡେସନର ଏକ ଜରୁରୀ ବୈଠକ ସହିତ କୋର୍ କମିଟି ଗଠନ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରେ ନୂଆ ଭାବରେ ଶୃଷ୍ଟି…