ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା।

“ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା।

ବରଗଡ଼ – ୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ ବରଗଡ଼ ର ପୁଣ୍ୟାତ୍ମା ବରପୁତ୍ର କର୍ମଯୋଗୀ ମହାଦେବ ଭୋଇ ଙ୍କ ୯୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ “ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪ ” ପ୍ରଦାନ କରାଯାଇଛି । ସ୍ମୃତି କମିଟିର ସଂଯୋଜକ ଡଃ ଡୋଲାମଣି ଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ , ନାଟ୍ୟକାର ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ ।କମିଟିର ସଞ୍ଜୀବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସିନ ସମସ୍ତ ଅତିଥି ମହାଦେବ ସାହୁ ଙ୍କ ସ୍ମୃତି ଚରଣ କରିବା ସହିତ ତାଙ୍କର ନିଷ୍ଠା, ଦୃଢ଼ ମନୋବଳ ଓ କର୍ମ ତତ୍ପରତା ଉପରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ର ଅନେକ କୃତି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜ ସେବୀ ଙ୍କୁ ସମ୍ମାନିତ କରାଯାଇଥିଲା ।ଅତାବିରା ରୁ ଧର୍ମରାଜ ପ୍ରଧାନ ଓ ସୁବାସ ପ୍ରଧାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଦେବତା ଏକାଧାରରେ ଜଣେ ଶିକ୍ଷୟିତ୍ରୀ,କବୟିତ୍ରୀ,ଗାୟିକା ଓ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି। ଏଥି ପାଇଁ ଶିକ୍ଷକ ମହଲରେ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *