ରାମଗିରି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବିଶାଳ ସାଇକେଲ ରାଲି ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା 05/10/24 ରିଖ ଶନିବାର ଦିନ ରାମଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୁଷ ପ୍ରତୀକ ପଟନାୟକଙ୍କ ନେତୃତ୍ୱରେ ମହେନ୍ଦ୍ରଗଡ଼ ଠାରୁ ତୁବୁରୁବା ଦୀର୍ଘ 7 କିମି ରାସ୍ତାରେ 70 ତମ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ବିଶାଳ ସାଇକେଲ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି | ସକାଳ 8 ଘଣ୍ଟା ସମୟରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ | ଏହି ସାଇକେଲ ରାଲିରେ ନିଜେ ବନାଞ୍ଚଳ ଅଧିକାରୀ ଶ୍ରୀ ପଟନାୟକ, ଫରେଷ୍ଟର ଶ୍ରୀ ସୁଧାକର କଣ୍ଡାଳୁ, ଶ୍ରୀ ବିଭୀଷଣ ଭୂୟାଁ, ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଅଧସ୍ତନ କର୍ମଚାରୀ ଓ କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟର ପ୍ରାୟ 20 ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ | ଏହି ରାଲି ସକାଳ 8ଟା ରେ ମହେନ୍ଦ୍ରଗଡ଼ ବଜାର ପରିକ୍ରମା ପରେ ଖମାରିସାହି, ନୂଆଗାଁ ଓ ପରେ ତୁବୁରୁବା ଠାରେ ପହଂଚି ଥିଲେ | ପ୍ରତ୍ୟେକ ଗାଁ ରେ ରହି ଲୋକମାନଙ୍କୁ ବନ୍ୟ ପ୍ରାଣୀଙ୍କ ର ସୁରକ୍ଷା ଦିଗ ଉପରେ ସଚେତନତା ସୃଷ୍ଟି କରୁଥିଲେ |ତୁବୁରୁବା ଠାରେ ସମସ୍ତଙ୍କ ପାଇଁ ଜଳପ|ନ ବ୍ୟବସ୍ଥା କରାଯାଇଥିଲା |ଏ ଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ ଜଙ୍ଗଲ ବିଭାଗୀୟ କର୍ମଚାରୀ ମାନଙ୍କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ |
Related Posts
ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଭବାନୀପାଟଣା: ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।କଳାହାଣ୍ଡିର…
୩% ବଢ଼ିଲା ମହଙ୍ଗା ଭତ୍ତା
୩% ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର: ଆଜି ୩% ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ମହଙ୍ଗା ଭତ୍ତା ମୂଳ ଦରମାର ୫୦%ରୁ ୫୩%କୁ ବୃଦ୍ଧି କରାଯାଇଛି।ଜୁଲାଇ ପହିଲାରୁ…
ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ନେଇ ଖଡିଆଳ ଗସ୍ତ,ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ
ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ନେଇ ଖଡିଆଳ ଗସ୍ତ,ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ନୂଆପଡା :୦୫.୦୫.(ଓମ ପ୍ରକାଶ ଚୌଧୁରୀ…