ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨. ୦ ର ଜିଲ୍ଲାସ୍ତରୀୟ ଅଭିଯାନ ର ଶୁଭାରମ୍ଭ
ରାୟଗଡ଼ : ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତୁଆରି ଙ୍କ ଉପସ୍ଥିତି ରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨. ୦ ର ଶୁଭାରମ୍ଭ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା . ଶ୍ରୀଯୁକ୍ତ ଲାଲମୋହନ ରାଉତରାୟ , ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭୀମସେନ ନାୟକ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା .ମମତା ସାହୁ , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା . ମମତା ଚୌଧୁରୀ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା .ବରଦା କାନ୍ତ ମିଶ୍ର, ପ୍ରଶାସନିକ ଅଧିକାରୀ ଶ୍ରୀ ସୁକାନ୍ତ ଚନ୍ଦ୍ର ମିଶ୍ର , ଅବକାରୀ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀ ସନ୍ତୋଷ କୁମାର ଧଳ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ), ଶ୍ରୀ ରାଜେଶ୍ବର ରାଓ ପଟ୍ଟନାୟକ ଏବଂ ସହକାରୀ ପରିଚାଳକ (ଅଣ ସଂକ୍ରାମକ ରୋଗ) ଶ୍ରୀମତୀ ସଂଯୁକ୍ତା ବାଗ ଆଦି ଉପସ୍ଥିତ ଥିଲେ |ଏହି ଅଭିଯାନ ର ଶୁଭାରମ୍ଭ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ କହିଥିଲେ ଯେ, ତମାଖୁ ମୁକ୍ତ ସମାଜ ଗଠନ ନିମନ୍ତେ ଯୁବ ସମାଜ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ୨୫ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମୋଟ ୬୦ ଦିନ ଧରି ଚାଲିବ ଯାହାକି ୨୪ ନଭେମ୍ବର ୨୦୨୪ ରେ ଶେଷ ହେବ | ସମସ୍ତେ ଖାସ କରି ଯୁବ ସମାଜ ଜାଣି ରଖିବା ଉଚିତ ଯେ ତମାଖୁ ସେବନ ଅଧିକାଂଶ ଅଣ – ସଂକ୍ରାମକ ରୋଗ ଓ କର୍କଟ ରୋଗ ର କାରଣ | ତମାଖୁ ବର୍ଜନ , ଆଜିର ଯୁବ ପିଢୀ ପାଇଁ ଆହ୍ୱାନ | ଏହି ଅଭିଯାନର ସଫଳ କରିବା ନିମନ୍ତେ ସଭା ରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କର ମିଳିତ ସହଯୋଗ ପାଇଁ ସେ ନିର୍ଦେଶ ଦେଇଥିଲେ | ସାମାଜିକ ଗଣମାଧ୍ୟମ ସହାୟତା ରେ ତମାଖୁ ବ୍ୟବହାର କୁ ବର୍ଜନ କରିବା ପାଇଁ ବିଭିନ୍ନ ସୂଚନାଯୋଗ୍ୟ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ମଧ୍ୟ ସେ କହିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ଜିଲ୍ଲା ରେ ୬୦ ଦିନ ଧରି (୨୫ ସେପ୍ଟେମ୍ବର୨୪ ନଭେମ୍ବର ୨୦୨୪) ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ଚାଲିବ | ଅଭିଯାନ ସମୟ ମଧ୍ୟରେ ଜିଲ୍ଲା ର ପ୍ରାୟ୧୬୦ ଟି ତମାଖୁ ମୁକ୍ତ ବିଦ୍ୟାଳୟ ଏବଂ ୨୦ ଟି ଗ୍ରାମ କୁ ତମାଖୁ ମୁକ୍ତ ଗ୍ରାମ ଲକ୍ଷ ଧାର୍ଯ୍ୟ କରାଯାଇଛି | କୋଟପା ଏବଂ ପେକା ଉଲଂଘନ କ୍ଷେତ୍ରରେ ୧୬ ଟି ମିଳିତ ଏକଫୋର୍ସମେଣ୍ଟ ଟିମ କୁ ନେଇ ଏହି ଅଭିଯାନ ସମୟରେ ଚଢ଼ାଉ କରାଯିବ | ସମସ୍ତେ ଜାଣି ରଖିବା ଉଚିତ ଯେ , ତମାଖୁ ସେବନ ଦ୍ୱାରା ଭାରତବର୍ଷ ରେ ପ୍ରତି ବର୍ଷ କର୍କଟ, ହୃଦ୍ ରୋଗ , ଶ୍ୱାସ ଜନିତ ରୋଗ , ମଧୁମେହ , ମସ୍ତିସ୍କଘାତ ଆଦି ରୋଗ ରେ ପଡି ୨୮ ଲକ୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମୃତ୍ୟୁ ମୁଖ ରେ ପଡ଼ିଥାନ୍ତି | ଏହି ଅଭ୍ୟାସ ଛାଡିବା ସମ୍ଭବ , ଏହାକୁ ଛାଡିବା ପାଇଁ ଯୋଗ ଏବଂ ଧ୍ୟାନ ଅଭ୍ୟାସ କରିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ | ଆବଶ୍ୟକ ସ୍ଥଳେ ଡାକ୍ତର ଙ୍କ ପରାମର୍ଶ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ତମାଖୁ ବିରତି କେନ୍ଦ୍ର କୁ ଆସି ପରାମର୍ଶ ନେଇ ପାରିବେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ