ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।

ମହୁଲପାଲି ଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମ୍ଵର୍ଦ୍ଧନା ସଭା ଓ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତ କୁ ଆସି ଥିଲେ , ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ। ପ୍ରଥମେ ଗଣ୍ଡତୁରୁମ ଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ମହୁଲପାଲି ମାର୍କେଟ ୟାର୍ଡ଼ ର ଅଫିସ ଗୃହ, ମହୁଲପାଲି ପଞ୍ଚାୟତ ପରିସରରେ ଥିବା ମିଶନ ଶକ୍ତି ଗୃହ ଉଦ୍ଘାଟନ କରିଥିଲେ। ପରେ ପଂଚାୟତ ଅଫିସ ପରିସରରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଏବଂ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ହୀରା ମହାକୁର।ପ୍ରଥମେ ଅତିଥି ମାନକଂ ଦ୍ବାରା ମା ସମଲେଶ୍ବରୀ ଓ ଗାନ୍ଧୀଜୀ ପ୍ରତି ଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହୁଲପାଲି ସରପଞ୍ଚ ବିଜୟ କର୍ମୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ବରଗଡ ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବରଗଡ ଏଡିଏମ ମହେନ୍ଦ୍ର କୁମାର ମହାପାତ୍ର, ଭେଡେନ ତହସିଲଦାର ଗୌରବ ବର୍ଗେ, ବିଡିଓ ତ୍ରିପୁର ମହାନଂଦ ଯୋଗ ଦେଇଥିଲେ। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ବିଧାୟକ ନିହାର ରଞ୍ଜନ ମହାନନ୍ଦ ୬୫ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ରାଜସ୍ବ ମନ୍ତ୍ରୀ ସାଧାରଣ ଲୋକ ଯେପରି ହଇରାଣ ନହେବେ ସେହିପରି କାମ କରିବା ପାଇଁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସଭାରେ ଭେଡେନ ବ୍ଲକ ର ଶହ ଶହ ବିଜେପି ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ସମୟରେ ଓଡିଶା ରାଜସ୍ବ କ୍ଷେତ୍ର ସଂଘ ବରଗଡ ଶାଖା ପକ୍ଷରୁ ବିଭିନ୍ନ ଦାବୀ ଆଲୋଚନା କରିଥିଲେ ସଂଘ ର ଉପସଭାପତି ବଲରାମ ସେଠ, ସଂପାଦକ ନରୋତ୍ତମ ପଣ୍ଡା ।

Leave a Reply

Your email address will not be published. Required fields are marked *