ଜାତୀୟ ରକ୍ତଦାନ ଦିବସ ଅବସରରେ ମାଲିପାଲି ଠାରେ ନିଷ୍ଠା ପରିବାର ତରଫରୁ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଜାତୀୟ ରକ୍ତଦାନ ଦିବସ ଅବସରରେ ମାଲିପାଲି ଠାରେ ନିଷ୍ଠା ପରିବାର ତରଫରୁ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ବରଗଡ – ୧,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଗାଇସିମା ପଂଚାୟତ ମାଲିପାଲି ଠାରେ ଜାତୀୟ ରକ୍ତ ଦାନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପଶ୍ଚିମ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ମାଲିପାଲି ଗ୍ରାମ ର ଫୁଟବଲ ଖେଳପଡିଆ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ତପନ କୁମାର ମହାନ୍ତି,ସମ୍ମାନିତ ଅତିଥି ଭାବରେ ବରଗଡ଼ ପୁରୁଣା ଡାକ୍ତରଖାନା ର ଅଧିକ୍ଷକ ଡାଃ ରାଧେଶ୍ୟାମ ଅଗ୍ରୱାଲ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ଯୋଗ ଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୩୦ୟୁନିଟ ରକ୍ତ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୫୦ୟୁନିଟ ରକ୍ତ ସର୍ବମୋଟ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ମାଲିପାଲି ଆଥେଲେଟିକ ଆସୋସିଏସନ୍ ,ସ୍ଵେଚ୍ଛାକୃତ ଯୁବକ ଓ ଗ୍ରାମବାସୀ ମାନେ ମିଶି ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରିଥଲେ।ଏହି ଶିବିରକୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ,ଅଶ୍ୱିନୀ ତ୍ରିପାଠୀ,ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ,ଚିତ୍ର ପ୍ରଧାନ,ବିଦ୍ୟାଧର ଭୋଇ,ନରୋତ୍ତମ ଭୋଇ,ଆଦିତ୍ୟ ସାହୁ, ଗିରିଧାରୀ ପ୍ରଧାନ ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥଲେ।

Leave a Reply

Your email address will not be published. Required fields are marked *