ରାଧାକୃଷ୍ଣ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅବିଭାବକ ଓ ଶିକ୍ଷକଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ।

ଦଶମନ୍ତପୁର ,୩୦/୯(ସୁନ୍ଦର କୁମାର ପାଣି):କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକରେ ରହିଥିବା ରାଧାକୃଷ୍ଣ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ତ୍ରିନାଥ ପାତିକାଙ୍କ ସଭାପତିତ୍ବରେ ଅବିଭାବକ ଓ ଶିକ୍ଷକଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କର ଅବିଭାବକ ମାନେ ଯୋଗ ଦେଇଥିଲେ। ସରକାରଙ୍କ ୨୦୨୦ ମସିହା ର ନୂତନ ଶିକ୍ଷାନୀତି “ଗୋଟିଏ ରାଷ୍ଟ୍ର ଗୋଟିଏ ସୂତ୍ର” କାର୍ଯ୍ୟକ୍ରମ ଅନୁଯାୟୀ ଅପାର ପୋର୍ଟାଲରେ ସମସ୍ତ ପୁଞ୍ଜି କରଣ ଆବଶ୍ୟକ ସମ୍ପର୍କରେ ଅଧ୍ୟକ୍ଷ ସୂଚନା ଦେଇ ଥିଲେ। ଏହା ଦ୍ବାରା ସମସ୍ତ ଛାତ୍ରଛାତ୍ରୀ ମାନେ ସରକାରୀ ସୁବିଧା ସୂତ୍ର ବୃତ୍ତି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ଏବଂ ଦେଶର ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଅବିଭାବକ ଓ ଶିକ୍ଷକ ମଧ୍ୟରେ ସୁସମ୍ପର୍କ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏଥିରେ ଆର୍ତ୍ତତ୍ରାଣ ଆଚାର୍ଯ୍ୟ ,କନକଗୈାରି ପଟ୍ଟନାୟକ, ଅଧ୍ୟାପକ ସୁକାନ୍ତ ବାଣୁଆ, ସରୋଜ ତୁଳ, ଅଧ୍ୟାପିକା ମଧୁଲତା ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ପତିତପାବନ ସେନାପତି ଏବଂ ଏଠିକାର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଇତ୍ୟାଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପର୍ଶୁରାମ ସାହୁ ଏବଂ ଏହି ସଭାକୁ ପରି ସମାପ୍ତି କରିଥିଲେ ସ୍ଥାନୀୟ ଅଧ୍ୟକ୍ଷ ତ୍ରିନାଥ ପାତିକା।

Leave a Reply

Your email address will not be published. Required fields are marked *