ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ଗଞ୍ଜାମ :- (ରିପୋର୍ଟ କୁନା ଦିଗାଲ )ହିଞ୍ଜିଳିକାଟୁ,ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଦୀପ ନନ୍ଦଙ୍କ ସଭାପତିତ୍ବରେ ପ୍ରଥମ ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଶ୍ରୀ ଶ୍ରୀଜୟ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଡ. କେଶବ ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗ ଦେଇ ତାଙ୍କ ବକ୍ତବ୍ୟରେ, ଛାତ୍ର ସମାଜ ଅପସଂସ୍କୃତିର ଖୋଳପା ଭିତରେ ଘୋଡେଇ ହୋଇଗଲେ ସମାଜରେ ପରିଶୁଦ୍ଧତା ଆସିପାରିବ ନାହିଁ। ମହାବିଦ୍ୟାଳୟର ନୀତି ନିୟମକୁ ମାନି ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ବଂଶୀଧର ଗୌଡ଼ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ, ଅଧ୍ୟାପକ ଟୁଟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ମନୋଜ କୁମାର ଗୌଡ଼, ଅଧ୍ୟାପିକା ଆରତି ପାଣିଗ୍ରାହୀ, ଅଧ୍ୟାପିକା ବର୍ଷା ରାଣୀ ସ୍ବାଇଁ ପରିଚାଳନା କରିଥିଲେ। ଛାତ୍ରୀ ଅର୍ପିତା ମହାପାତ୍ର, ପ୍ରଣୀତା ପ୍ରଧାନ ଏବଂ ଛାତ୍ର ଭିକାରୀ ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ବିଭାଗର ଛାତ୍ର ପବିତ୍ର ମହାନ୍ତି , ଚନ୍ଦନ ନାୟକ, ରାକେଶ ପ୍ରଧାନ, ସହଯୋଗ କରିଥିଲେ ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Related Posts
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାଉଁଶିଆପାଟଣା୧୧୪ ନଂ ବୁଥ୍ରେ ଇଭିଏମ୍ ଭାଙ୍ଗିଲେ ବିଜେପି ନେତା ପ୍ରଶାନ୍ତ ଜଗଦେବ। ଗୋଡାଇ ଗୋଡାଇ ପ୍ରଶାନ୍ତଙ୍କୁ…
ଅଭିନେତା ଶ୍ରୀ ଭୁବନ ଭୋଇ ଙ୍କୁ ତା ୨୨,୯,୨୪ ରେ “ଦିଲ୍ଲୀ ର ଜୁହାର ପରିବାର” ନିଜର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର କରକମଳ ରେ ସମ୍ବର୍ଦ୍ଧିତ କରିଛନ୍ତି
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ର ନାଟ୍ୟ ମହର୍ଷି ଭଗବାନସାହୁ ଙ୍କ ରଚିତ ପାଞ୍ଚହଜାର ରାତି ରୁ ଅଧିକ ମଞ୍ଚସ୍ଥ ବହୂ ଚର୍ଚ୍ଚିତ ନାଟକ…
ଫୁଲବାଣୀ ଠାରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ..
ଫୁଲବାଣୀ ଠାରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରଶାସନ ଏବଂ କମଳା ପ୍ରକାଶନୀ…