ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଜିଲ୍ଲାପାଳ ଓ ପରଦିନ ପୁଲିସ୍ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ ।

ଭୁବନେଶ୍ଵର:ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଜିଲ୍ଲାପାଳ ଓ ପରଦିନ ପୁଲିସ୍ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ପ୍ରଥମ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ବିଜେପି ସରକାରର ନିଜସ୍ୱ ନୂଆ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, ଇଜି ଅଫ ଡୁଇଙ୍ଗ ବିଜିନେସ୍ , ଅଭିଯୋଗ ସମାଧାନ ଓ ସରକାରୀ ସେବା ପ୍ରଦାନ ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଉପକୂଳ ସୁରକ୍ଷା ଓ ମାଓବାଦୀ ସମସ୍ୟା, ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ ଓ ନିଶା କାରବାରର ମୁକାବିଲା ଆଦି ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହାସହିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *