ଏନ୍.ଏସ.ଏସ ଦିନ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବରଗଡ(ଭବାନୀ ଶଙ୍କର ପାଢ଼ୀ)
ବରଗଡ ଜିଲ୍ଲା ପଦମପୁର ଜମଲା ଡ଼ିଗ୍ରୀ କଲେଜ,ଜମଲା, ୟୁଥ୍ ଆସୋସିଏସନ୍ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଆଜି ଜମଲା ଡ଼ିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବିଶିଷ୍ଟ ଅତିଥି ସମାଜସେବୀ ନିରଜ ଦୋରା ଓ କଲେଜ ଅଧ୍ୟକ୍ଷ ଡ଼.ସ୍ଵାଧୀନ ଚନ୍ଦ୍ର ପଧାନ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ୫ ଜଣ ମହିଳା ସମେତ ସର୍ବମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହା କୁ ବରଗଡ଼ ରକ୍ତ ଭଣ୍ଡାର ର ଅଧିକାରୀ ଓ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରି ଥିଲେ। ପ୍ରାୟତଃ ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦେଇ ଥିଲେ ଓ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜମଲା ଡ଼ିଗ୍ରୀ କଲେଜ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ଜମଲା ଡ଼ିଗ୍ରୀ କଲେଜ ର ଅଧ୍ୟାପକ ସଦାନନ୍ଦ ସେଠ, ଆଶିଷ କୁମାର ଭୋଇ, ଅଭିଲାଶ ମିଶ୍ର, ଫଣିନ୍ଦ୍ର ସାହୁ, ଝସକେତନ ସାହୁ, ଅଧ୍ୟାପିକା ସୁରେଖା ଭୁଏ,କୁମୋଦିନୀ ସାହୁ,ଲାଇବ୍ରେରିଏନ ସୁମନ୍ତ କୁମାର ବାଜପେୟୀ କଲେଜ ର ସମସ୍ତ କର୍ମଚାରୀ ଙ୍କ ସହ ନିଷ୍ଠା ପରିବାର ର ସମ୍ପାଦକ ଲୋକନାଥ ସାହୁ,ସହ ସମ୍ପାଦକ ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥଲେ।