ସୁନାବେଡା- ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଲାଇଗୁଡା ପଞ୍ଚାୟତ ସ୍ଥିତ ମନ୍ତ୍ରୀପୁଟ ଗ୍ରାମ ଲୋକେ ନିଜେ ଶ୍ରମଦାନ କରି ନିଜ ଗାଁ ରାସ୍ତାର ମରାମତି କରିଥିବା ଜଣାପଡିଛି। ଗାଁ ଲୋକଙ୍କ କହିବା ଅନୁଯାଇ, ମନ୍ତ୍ରୀପୁଟ ଗାଁକୁ ସଂଯୋଗ କରୁଥିବା ସେତୁର ଶେଷ ମୁଣ୍ଡରୁ ଗାଁ ପର୍ଯ୍ୟନ୍ତ ଏକ କିଲୋମିଟର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଦୀର୍ଘ ବର୍ଷ ହେବ ଖାଲଢ଼େପରେ ପରିପୂର୍ଣ୍ଣ ରହିଥିଲା। ଉକ୍ତ ରାସ୍ତା ଦେଇ ଦଲାଇଗୁଡା, ପିତାଗୁଡା, ଗୁଣ୍ଠାପୁଟ ପଞ୍ଚାୟତର ଲୋକମାନେ ଯିବାଆସିବା କରିଥାନ୍ତି। ବର୍ଷା ଦିନେ ଏହି ରାସ୍ତାରେ ଲୋକମାନେ ଗାଡିମଟରରେ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରିଥାନ୍ତି। ବର୍ଷା ଦିନେ ବେଳେ ବେଳେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଲୋକେ ଖଣ୍ଡିଆଖାବରା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଗୁହାରି କରି ଆସୁଛନ୍ତି କିନ୍ତୁ ଗାଁ ଲୋକଙ୍କ ଗୁହାରିକୁ କେହି ମଧ୍ୟ କର୍ଣ୍ଣପାତ କରୁନଥିବାରୁ ପ୍ରଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଥିଲା। ତେଣୁ ଗାଁ ଲୋକେ ଏହି ଖଣ୍ଡିଆଖାବରା ରାସ୍ତାର ମରାମତି ନିଜେ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ। ଗାଁ ଲୋକେ ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ରାସ୍ତାରେ ବଡ଼ ବଡ଼ ଖଣ୍ଡିଆଖାବରା ହୋଇଯାଇଥିବା ସ୍ଥାନ ଗୁଡିକୁ ମେଟାଲ ପକାଇ ମରାମତି କରିଥିବା କହିଛନ୍ତି। ଦୀର୍ଘ ବର୍ଷ ହେବ ପ୍ରଶାସନ ନିକଟରେ ଗାଁ ଲୋକେ ଅଭିଯୋଗ କରି ଆସୁଥିବା ବେଳେ କ’ଣ ପାଇଁ ରାସ୍ତାଟିର ମରାମତି ହେଉନଥିଲା, ଗାଁ ଲୋକଙ୍କ ଅଭିଯୋଗକୁ କ’ଣ ପାଇଁ ପ୍ରଶାସନ ଗୁରୁତ୍ୱ ଦେଉନଥିଲା ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି। ଲୋକଙ୍କର ହିତ ଦୃଷ୍ଟିରୁ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ରାସ୍ତାଟିର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Related Posts
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରହିଛି।ଅକ୍ଟୋବର ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଥିବା ଓଡ଼ିଶା ଗସ୍ତ ସ୍ଥଗିତ…
ବଜେଟ୍କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି
ବଜେଟ୍କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି ଭୁବନେଶ୍ୱର : ଗତ କାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ…
କଳିଙ୍ଗା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳରେ ଅଲିଙ୍ଗିଗସା କୁ ପରାସ୍ତ କରି ନିଲୁଙ୍ଗିଆ ବିଜୟୀ ହାସଲ କରିଛି…..
କଳିଙ୍ଗା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳରେ ଅଲିଙ୍ଗିଗସା କୁ ପରାସ୍ତ କରି ନିଲୁଙ୍ଗିଆ ବିଜୟୀ ହାସଲ କରିଛି….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାର…