ସ୍ୱଳ୍ପ ସଞ୍ଚୟ ଆସନ୍ତା ଦିନରେ ନଥିବ ଭୟ
ଆର . ଉଦୟଗିରି ତା 22/09/24 ରିଖ(ମନୋଜ କୁମାର ପାଢୀ) ରବିବାର ଦିନ ରା. ଉଦୟଗିରି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ବରିଷ୍ଟ ଏଜେଣ୍ଟ ସଭାପତିତ୍ୱ କରିଥିଲେ | ଏହି ଶିବିରରେ ପ୍ରାୟ ଅଧିକାଂଶ ଲୋକ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ସାଇବର ଫ୍ରଡ଼ ଉପରେ ବିଶେଷ ଆଲୋକପାତ କରିଥିଲେ | ଆଦିବାସୀ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ଅଧିକାଂଶ ଲୋକ ବେସରକାରୀ ସଂସ୍ଥା ମାନଙ୍କର ପ୍ରଲୋଭନରେ ପ୍ରଭାବିତ ହୋଇ ଆର୍ଥିକ ଠକାମୀର ଶିକାର ନହେବା ପାଇଁ ପରାମର୍ଶ ଦେଇଥିଲେ | ମୋବାଇଲ ମାଧ୍ୟମରେ ଅର୍ଥ ଦେଣ ନେଣ ନକରି ବ୍ୟକ୍ତିଗତ ଭାବେ ନିକଟସ୍ଥ ଡାକଘରେ କିମ୍ବା ଜାତୀୟ କରଣ ବ୍ୟାଙ୍କରେ ଜମା କରିବା ପାଇଁ ପରାମର୍ଶ ଦେବା ସହ ଡାକଘରର ବିଭିନ୍ନ ଯୋଜନା ଓ ସରକାରଙ୍କ ଲଟେରୀ କୂପନ ବ୍ୟବସ୍ଥା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ଏଜେଣ୍ଟ ବୁଲୁ ପାତ୍ର ସଂଯୋଜନା କରିଥିଲେ |