ଛେଳିଗଡ ଜଳପ୍ରକଳ୍ପ ବୁଡି ଅଞ୍ଚଳର ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳ ୧୫ ଦଫା ଦାବିପ୍ରତ୍ର ପ୍ରଦାନ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦୀର୍ଘବର୍ଷ ହେଲାଣି ଗଜପତି ଆର, ଉଦୟଗିରି ବ୍ଳକ ଛେଳିଗଡ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ସେ କାର୍ଯ୍ୟ କେବେ ସମାପି ହେବା କିଛି କହି ହେଉନି । କାରଣ ପ୍ରୋଜେକ୍ଟ ଆରମ୍ଭ ବେଳର ବଜେଟ ଓ ବତ୍ତମାନର ବଜେଟ ପ୍ରଭାବିତ କରୁଥିବା ବେଳେ ତା ସହିତ ବୁଡି ଅଞ୍ଚଳର ବିସ୍ଥାପିତଙ୍କୁ କ୍ଷତିପୂଣ୍ଣ ବାବଦକୁ ସହାୟତାରେ ପ୍ରଶାସନର ଅବହେଲା ଅଭିଯୋଗ । ଏପରି ଅନେକ ସମସ୍ୟା ଭିତରେ ପେଷି ହେଉଛି ଏଇ ପ୍ରକଳ୍ପ କାର୍ଯ୍ୟର ବିଳମ୍ବ ଘଟୁଥିବା ଜଣାପଡୁଛି । ଏଭିତରେ ଅନେକଥର ବୁଡି ଅଞ୍ଚଳବାସୀ ରାସ୍ତାଘାଟ ରୋକ କରି ଧର୍ମଘଟ କରିସାରିଲେଣି । ପ୍ରଶାସନ ମଧ୍ୟ ଲୋକଙ୍କୁ ଅନେକ ଥର ବୁଝାସୁଝା କରି ଅନେକ ପ୍ରତିଶୃତି ଦେଇଥିଲେ । ହେଲେ ବିବାଦ ଥମିବାର ନା ନେଉନି । ତେଣୁ ବୁଡି ଅଞ୍ଚଳର ସଂଗ୍ରାମ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଗଣ ଛେଳିଗଡ ସରପଞ୍ଚଙ୍କ ସମେତ ଏ ସମସ୍ୟାର ସମାଧାନ ଲାଗି ପୁଣିଥରେ ୧୫ ଦଫା ଦାବିପ୍ରତ୍ର ଦେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ମଧ୍ୟ ବୁଡି ଅଞ୍ଚଳର କଣ ସମସ୍ୟା ରହିଛି ତାର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ଆଶ୍ବାସନା ଦେଇଥିବା ଜଣାପଡିଛି । ଅପର ପର୍ଯ୍ୟରେ ବୁଡିଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ ୧୫ ଦଫା ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଏ ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ଯଦି ପ୍ରଶାସନ ଏହିକାର୍ଯ୍ୟକୁ ଜବରଦସ୍ତ ଏ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ତେବେ କ୍ଷେତିଗ୍ରସ୍ତ ଓ ସଂଗ୍ରାମ ସମିତି କମିଟି ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହେବେ । ସେଥି ମଧ୍ୟରେ କିଛି ଅପ୍ରିତିକର ଘଟଣା ଘଟେ ତେବେ ସେଥିଲାଗି ଜିଲ୍ଲା ପ୍ରଶାସନ, ପ୍ରକଳ୍ପ ଯନ୍ତ୍ର ଓ ବିଭାଗୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ଅଞ୍ଚଳର ସଂଗ୍ରାମ ସମିତି ସଭାପତି ଚୈତନ୍ୟ ଓ ଅନ୍ୟ ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।