କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ କ୍ଵାଲିଟି ମନିଟରିଂ ଷ୍ଟେସନର ଯାଞ୍ଚ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଲ୍ୟାବରେ ଏହି ପରୀକ୍ଷା ହୋଇଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ଜିଲ୍ଲା ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ଵାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଲାବ ନଦୀଜଳଭଣ୍ଡାରର ଇନଟେକ୍ ୱେଲରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଉଥିବା ପାଣିର ଅବସ୍ଥା ବି ଭଲ ନାହିଁ। ସଠିକ ଭାବେ ବିଶୋଧନ କରାନଯାଇ ଜଳଯୋଗାଣ କରାଯାଉଛି। ଏହି ସ୍ଥିତିରେ କେଉଁ ପାଣି ସହରବାସୀ ପିଇବେ ଚିନ୍ତାରେ ପଢ଼ିଛନ୍ତି।
Related Posts
ଓ ଏ ଏସ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜିଲ୍ଲା ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି
ଓ ଏ ଏସ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜିଲ୍ଲା ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଲିପ୍ସା କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ…
ବଜ୍ରାଘାତରେ ୫ଟି ଛେଳି ମୃତ୍ୟ
– ବଜ୍ରାଘାତରେ ୫ଟି ଛେଳି ମୃତ୍ୟ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆଜି ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅଂଚଳରେ ଅଚାନକ କାଳବୈଶାଖୀ ମାଡ଼ି ଆସିଥିଲା ।…
ଭାରତ ୨-୧ରେ ଜିତି ନେଇଛି।
ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ ଆଜି କମାଲ କରିଛି। ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ…