ବୁର୍ବିନାଜୁ ଠାରେ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ବୁର୍ବିନାଯୁ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା କରିଥିଲେ ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ,ଶ୍ରୀଯୁକ୍ତ ଗଣେଶ୍ୱର କହଁର,ଉଚ୍ଚ ବିଦ୍ୟାଳୟ,ବଡ଼ିମୁଣ୍ଡା ର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ଉପସ୍ଥିତ ଥିଲେ l ଏହି ବୈଠକ କୁ ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ରାଜ କୁମାର ସାହୁ ପରିଚାଳନା କରିଥିଲେ l ଏହି ବୈଠକ ରେ ମୁଖ୍ୟତଃ ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ସେଥିରେ ୟୁଡାଇସ ପ୍ଲସ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ,ଗଣିତ ଦକ୍ଷତା ବୃଦ୍ଧି (ଖାନ ଏକାଡେମୀ ),କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍କର୍ଷ,NAS ର ପ୍ରଚଳନ,ପ୍ରୟାସ ପ୍ଲସ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ବିଜ୍ଞାନ ସେମିନାର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା l ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାଶ୍ୟାମ ଦାସ ଓ ଷ୍ଟାଫ୍ ଙ୍କ ଦ୍ୱାରା ବହୁତ ସୁନ୍ଦର ବ୍ୟବସ୍ଥା ଓ ପରିଚାଳନା ଯୋଗୁଁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି l
Related Posts
ରାୟଗଡ଼ା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ
ରାୟଗଡ଼ା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ ରାୟଗଡ଼ା: ଉତ୍କଳ ସାମ୍ବାଦିକ ସଙ୍ଘ ରାୟଗଡା ଶାଖା ପକ୍ଷରୁ ଆଜି…
ପାଣିରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ।
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ଏହି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ମଞ୍ଜୁଳା ଭତ୍ରା (୧୦)…
ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି।
ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି। ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ ହାତାହାତି ହୋଇଥିବା…