କନ୍ଧମାଳ ହଳଦୀକୁ ନେଇ କ୍ରେତା ବିକ୍ରେତା ସମ୍ମିଳନୀ ରେ ଯୋଗ ଦେଲେ କନ୍ଧମାଳ ସାଂସଦ

କନ୍ଧମାଳ ହଳଦୀକୁ ନେଇ କ୍ରେତା ବିକ୍ରେତା ସମ୍ମିଳନୀ ରେ ଯୋଗ ଦେଲେ କନ୍ଧମାଳ ସାଂସଦ…

ଘୁ.ଉଦୟଗିରି:- (ରିପୋର୍ଟ କୁନା ଦିଗାଲ )ସ୍ଥାନୀୟ ସମନ୍ଵିତ ସଭା ଗୃହ ଠାରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ଆପେଡା ପକ୍ଷରୁ ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଅନନ୍ୟା ସଂଗଠନ ମିଳିତ ଆନୁକୁଲ୍ୟରେ “ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ” କନ୍ଧମାଳ ହଳଦୀ କୁ ନେଇ କ୍ରେତା ବିକ୍ରେତା ସମ୍ମିଳନୀରେ ରପ୍ତାନି ଭିତ୍ତିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନାବାର୍ଡ,କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳ, ଜିଲ୍ଲା କୃଷି, ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ,ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ କମ୍ପାନି, କୃଷକ ଉତ୍ପାଦକ ସଂଗଠନ ଓ ଆପେଡା ପଞ୍ଜୀକୃତ ରପ୍ତାନିକାରୀ ପ୍ରତିନିଧିଙ୍କ ଉପସ୍ଥିତିରେ କନ୍ଧମାଳ ହଳଦୀର ଜିଆଇ ମାନ୍ୟତା ସହ ରପ୍ତାନି ଓ ମାର୍କେଟିଂ ରେ ସହାୟକ ହେବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିବା ସହ ଆପେଡା ପଞ୍ଜୀକୃତ ରପ୍ତାନିକାରୀ ମାନଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ lଏହି ଅବସରରେ ଆପେଡା ପୂର୍ବାଞ୍ଚଳର ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ ଯୋଗଦେଇ କନ୍ଧମାଳ ଜିଲ୍ଲାର ସତେଜ ତଥା ପ୍ରକ୍ରିୟାକୃତ ହଳଦୀ ଏହା ଏକ ସାମଗ୍ରିକ ଆଭିମୁଖ୍ୟ ଏବଂ କୃଷି ଜାତ ଦ୍ରବ୍ୟର ଉତ୍ପାଦନ ଦ୍ୱାରା ସ୍ଥାନୀୟ କୃଷକଙ୍କ ଆୟ ବୃଦ୍ଧି ପାଇଁ ଆପେଡା ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଦେବ ପ୍ରସାଦ ରାଉତରାୟ, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ନାରାୟଣ ବାର, ଏକ୍ସପୋର୍ଟର ସୁରେନ୍ଦ୍ର ମନ୍ତ୍ରୀ, ଅନନ୍ୟା ସଂଗଠନର ପରିଚାଳନା ନିର୍ଦ୍ଦେଶକ ତଥା ଉପଦେଷ୍ଟା ଅମରେଶ୍ୱର ମିଶ୍ର,କାର୍ଯ୍ୟକାରି ସମ୍ପାଦକ ବସନ୍ତ କୁମାର ବଡୁ, କୋଷାଧକ୍ଷ ତାରେଶ୍ୱର ପାଣି,ପ୍ରଶାନ୍ତ କୁମାର ଶତପଥୀ ଯୋଗଦାନ କରିବା ସହ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, କୃଷି ଉତ୍ପାଦ ସଂଘ ର କର୍ମ କର୍ତ୍ତା, ଫେଡେରେସନ କର୍ମକର୍ତ୍ତା, ସ୍ବେଛାସେବୀ ସଂଗଠନ ଏବଂ ସ୍ଥାନୀୟ ହଳଦୀ ଚାଷୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମକୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପରିଚାଳନା କରିଥିଲେ l ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ସୁନୀଲ ସାମନ୍ତରାୟ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବେଳେ ସ୍ୱଛାସେବୀ ସଂଗଠନ ସ୍ଵାତି ର ସଂଯୋଜିକା ସୁସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *