ମାଟିରେ ମିଶିଲା ମଡେଲ ଡିଗ୍ରି କଲେଜ ___________________________________
ସେମିଳିଗୁଡା:(ରିପୋର୍ଟ :ch Kurma Rao) ଶିକ୍ଷାଦାନ ପୂର୍ବରୁ ମାଟିରେ ମିଶିଛି ୧୨ କୋଟି ଟଙ୍କାର ମଡେଲ କଲେଜ୍ ।କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ନିକଟସ୍ଥ କୁତୁଗାଁ ଠାରେ ନିର୍ମିତ କଲେଜ କୋଠା ଘରର ଙ୍କୁ ଧ୍ୱଂସ କରିଛନ୍ତି। ଭାରତ ମାଲା ଦ୍ବାରା କୋଠା କୁ ବଙ୍ଗା ଯାଇଛି।ସେମିଳିଗୁଡା ତହସିଲ ଅନ୍ତର୍ଗତ ଚାରାଗାଁ ନିକଟରେ ନୂଆ ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ଦେଇଥିବା ଅନୁଦାନକୁ ପୂର୍ତ ବିଭାଗ ଫେରାଇ ଦେଇଥିବା ସୂଚନା ମିଳିଛି। ଯାହାଫଳରେ ମଡେଲ କଲେଜ ସ୍ଥାପନ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।ଅନ୍ଧାରରେ କୋରାପୁଟ ମଡେଲ ଡିଗ୍ରୀ କଲେଜ ଭାଗ୍ୟ________________________________________କୋରାପୁଟ ଜିଲ୍ଲା ପାଇଁ ମଡେଲ ଡିଗ୍ରୀ କଲେଜ ସ୍ବପ୍ନ ହେଇଯାଇଛି।ନିର୍ମାଣ ଶେଷ ହେଇଥିବା ବେଳେ ଭାରତମାଲା ପ୍ରକଳ୍ପ ସାଜିଲା ବାଧକ। ଆଉ ଅଲଗା ସ୍ଥାନ ରେ ନିର୍ମାଣ ହେବାକୁ ଥିବା ବେଳେ ସମନ୍ୱୟ ଅଭାବରୁ ପୂର୍ତ୍ତ ବିଭାଗ ଫେରାଇଦେଲା ଟଙ୍କା । ସେଥିପାଇଁ ମଡେଲ ଡିଗ୍ରୀ କଲେଜ ଏବେ ଅନ୍ଧାରରେ ରହି ଯାଇଛି । ଭାରତ ମାଳା ପ୍ରକଳ୍ପ ପାଇଁ କୋରାପୁଟ ମଡେଲ ଡିଗ୍ରୀ କଲେଜର ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି।ସିମିଳିଗୁଡା ନିକଟସ୍ଥ କୁତୁଗାଁ ଠାରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ଉଦ୍ୟମ ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଫେବୃୟାରୀ ୨୦୧୯ ରେ ଏହାର ଭିତ୍ତିଭୂମୀ ସ୍ଥାପନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚୁଆଲ୍ ମୋଡରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।୨୦୨୨-୨୩ ଆର୍ଥିକ ବର୍ଷରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ଲକ୍ଷ ନେଇ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଡିଗ୍ରୀ କଲେଜ ନିର୍ମାଣ ଦ୍ବାରା ଜିଲ୍ଲା ର ୫ ଟି ବ୍ଲକ ର ଛାତ୍ର ଛାତ୍ରୀ ଉପକୃତ ହାଇ ତନ୍ତେ।କଲେଜ ରେ ପାଠ ପଢି ନିଜ ଭବିଷ୍ୟତ ଗଢ଼ିବାକୁ ଆଶାବ୍ୟକ୍ତ କରି ରହିଥିବା ଜିଲ୍ଲାର ଛାତ୍ରଛାତ୍ରୀ ମାନେ କୁଡିଗ୍ରୀ କଲେଜ ଏକ ସ୍ବପ୍ନ ହଇ ରହିଯାଇଛି। ବର୍ତ୍ତମାନ୍ ଆଶା ଆଶଙ୍କା ଭିତରେ ରହିଛନ୍ତି। କାରଣ କଲେଜ କୋଠା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଥିଲେ ସୁଦ୍ଧାଭାରତମାଲା ପ୍ରକଳ୍ପ ସାଜିଲା ବାଧକ ।ତେବେ କୋଠା ନିର୍ମାଣ କାର୍ଯ୍ୟ ଶେଷ ବେଳକୁ କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ ପାଇଁ ଏହି କୋଠା ବାଧକ ସାଜିଥିଲା। ଛତିଶଗଡ ରାଜ୍ୟର ରାଇପୁର ରୁ ଆନ୍ଧ୍ର ବିଶାଖାପାଟଣା ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ସର୍ଭେ ବେଳେ ଏହି କୋଠା ହୋଇଥିବା ସ୍ଥାନ ମଧ୍ୟ ନକସା ଭିତରକୁ ଆସିଥିଲା। ଫଳରେ ଜାତୀୟ ରାଜପଥ ବିଭାଗ ଏହି କୋଠକୁ ନିଜ ଅଧିନକୁ ନେଇଛି। ଏହି କୋଠାରେ ଠିକା ସଂସ୍ଥା ନିଜ କାର୍ଯ୍ୟଳୟ ପରିଚାଳନା କରି ଆସିଥିଲା।ଦୁଇ ଦିନ ପୂର୍ବ ରୁ କୋଠା କୁ ଭାଙ୍ଗି ଥିବା ସୂଚନା ମିଳିଛି।ଅନ୍ୟ ସ୍ଥାନରେ ପୁନଃ କଲେଜ କୋଠା ତିଆରି ହେବା ଓ କଲେଜ କାର୍ଯ୍ୟକ୍ଷମ ହେବାକୁ ନିହାତି ଭାବେ ପ୍ରାୟ ୫ ବର୍ଷ ସମୟ ଲାଗିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଅଜବ ନୀତିକୁ ଅବିଭାବକ ମାନେ ବିରୋଧ କରୁଛନ୍ତି।ହେଲେ ଅନ୍ୟପଟେ ସମନ୍ୱୟ ଅଭାବରୁ ନୂତନ କଲେଜ କୋଠା ପାଇଁ ଜାଗା ଚିହ୍ନଟ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାର ଶିକ୍ଷାବିତ୍ ମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। । ଏହା ସହ କୋଠାର ପ୍ରକଳ୍ପ ମୂଲ୍ୟ ପୂର୍ତ୍ତ ବିଭାଗକୁ ପ୍ରଦାନ୍ କରିଛି। । ଏହି ପରିସ୍ଥିତିରେ ଶିକ୍ଷା ଗ୍ରହଣ ପାଇଁ ଅପେକ୍ଷାରେ ଥିବା ଜିଲ୍ଲାର ଛାତ୍ରଛାତ୍ରୀ ମାନେ କିନ୍ତୁ ସେମାନଙ୍କ ସ୍ବପ୍ନକୁ ପୂରଣ କରିବା ଦିଗରେ ପଛରେ ରହି ଯାଇଛନ୍ତି। କାରଣ ବର୍ତ୍ତମାନ୍ ନୂତନ କଲେଜ କୋଠା ନିର୍ମାଣ ଓ ପରିଚାଲନା ଆରମ୍ଭ ହେବା ସମୟ ସପେଖ୍ୟ ଏହି କଲେଜ କୋଠା ନିର୍ମାଣ ଓ କାର୍ଯ୍ୟକାରୀ ଦିଗକୁ କେହି ଗୁରୁତ୍ଵ ଦେଉ ନାହାନ୍ତି। ବର୍ତ୍ତମାନ୍ ସେମିଳିଗୁଡା ତହସିଲ୍ ଅଧିନ ଚାରାଗାଁ ଠାରେ ଏହି କଲେଜ ସ୍ଥାପନ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି। କାରଣ କୁତୁ ଗାଁ ଠାରେ ଥିବା ଭିତ୍ତି ପ୍ରସ୍ତର ସ୍ଥାପନର ସୂଚନା ଫଳକକୁ ଏଠାକୁ ଉଠାଉ ଅଣା ଯାଇଛି। ଏହାସହ ତାର ବାଡ ମଧ୍ୟ ଦିଆଯାଇଛି। ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ ଏହି ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କୋଠା ନିର୍ମାଣ ପାଇଁ କୌଣସି ଅନୁଦାନ ରାଶି ଆସି ନାହିଁ। ଫଳରେ ଏହି କୋଠା ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହାସହ ପ୍ରକଳ୍ପର ସମ୍ପୂର୍ଣ ମୂଲ୍ୟ ୧୩କୋଟି ୯୪ଲକ୍ଷ ୩୫ହଜାର ଟଙ୍କା ପୂର୍ତ୍ତ ବିଭାଗ ଅର୍ଥ କୁ ଉଚ୍ଚ ଶିକ୍ଷା ବିଭାଗକୁ ପଠାଇ ଦିଆଯାଇଛି ବୋଲି ଏନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏସ.ଏନ୍. ଖୁରା ସୂଚନା ଦେଇଥିଲେ ।ବର୍ତ୍ତମାନ୍ ସୁଦ୍ଧା ଜାଗା ଚିହ୍ନଟ ହୋଇଛି ନୂତନ କୋଠା ନିର୍ମାଣ ପାଇଁ ବିଭାଗ କୁ ଚିଠି ଲେଖି ଟଙ୍କା ଆଣିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ସମନ୍ୱୟ ଅଭାବରୁ ଡିଗ୍ରୀ କଲେଜ ସ୍ଥାପନ କାଗଜ କଲମରେ ଅତିକି ଯାଇଛି। ୧୨ କୋଟି ଟଙ୍କାର କୋଠା ମିଶାଇବା ପ୍ରସଙ୍ଗ ଜିଲ୍ଲା ରେ ଚର୍ଚ