ଏ ଆର ଏସ ଏସ କ୍ୟାମ୍ପସରେ ଧୂମଧାମ ରେ ବିଶ୍ୱକର୍ମା ପୂଜା ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବଡ଼ିମୁଣ୍ଡା ନିକଟରେ ଥିବା ଏ ଆର ଏସ ଏସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପରିସରରେ କମ୍ପାନୀ ମ୍ୟାନେଜର ଶ୍ରୀ ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି l ଦୀର୍ଘ କେଉଁ ଅନାଦି କାଳରୁ ରୀତିନୀତି ରହି ଆସିଛି ଯାହା ପୀଡ଼ି ପରେ ପୀଡ଼ି ଭକ୍ତିର ସହିତ ବିଶ୍ୱ କର୍ମାଙ୍କୁ ପୂଜା ବିଧି କରି ଆସୁଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବିଶ୍ୱକର୍ମା ହେଉଛନ୍ତି ଏକ ନିକୁଣ କାରିଗର ଯାହାରୀ କଥା ପୂରଣ ଶାସ୍ତ୍ର ରେ ବର୍ଣ୍ଣିତ ଯାହା ଆମେ ସମସ୍ତେ ଅଳ୍ପ ବହୁତେ ସମାଜରେ ବସବାସ କରୁଥିବା ଶୃଷ୍ଟି କରୁଥିବା, ବା ନିର୍ମାଣ କରୁଥିବା କାରିଗର ବୋଲି ଜାଣିଛେ l ଏଭଳି ଏକ ଶିଳ୍ପୀ ପାଇଁ ଆଜିର ମାନବ ସଭ୍ୟତା ଗର୍ବିତ ଓ ଗୌରବାନିତ ମନେ କରୁଥାଏ l ସେଥିପାଇଁ ସେହି ମହାନ ପୁରୁଷୋତ୍ତମ କୁ ସ୍ମରଣାର୍ଥେ ଏଭଳି ଏକ ପୂଜା ଅର୍ଚ୍ଚାନା ଉତ୍ସବ ଟିକୁ ସାରା ମାନବ ସଭ୍ୟତା ତାର ବିଶ୍ୱକର୍ମାକୁ ପୂଜା ପାଳନ କରିଆସୁଛି l ଏହି ପର୍ବ ରେ କ୍ୟମ୍ପସ ପରିସରରେ ରହୁଥିବା ଡ୍ରାଇଭର, ହେଲ୍ପର, କର୍ମଚାରୀ, ତଥା ରୁଦାବିଦୁଙ୍ଗିଆ, ବଡ଼ିମୁଣ୍ଡା, ଅଲାର ସାହି, କେଞ୍ଜାଗୁଡା ର ଶ୍ରଦ୍ଧାଳୁ ମାନେ ଯୋଗ ଦେଇ କୁଳ କୀର୍ତ୍ତନ ଓ ନାମଗାନ କରି କ୍ୟାମ୍ପସ ପରିସରରେ ବିଶ୍ୱକର୍ମା ଙ୍କ ମୂର୍ତ୍ତି ନିକଟରେ ପୂଜା ପାଠ କରି ଭକ୍ତି ର ସହିତ ଆଶିଷ ଭିକ୍ଷା କରିଥିଲେ l ଶେଷରେ ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀ ଙ୍କୁ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ କୁ ସଫଳତା କରିଥିଲେ l
Related Posts
ମହୁମାଛି ଆକ୍ରମଣରେ ୯ ଆହତ
ମହୁମାଛି ଆକ୍ରମଣରେ ୯ ଆହତ ଆର,ଉଦୟଗିରି(ମନୋଜ କୁମାର ପାଢୀ/13/5/ ମୋହନା ଥାନା ଛତାଭରି ଗାଁ ନିକଟରେ ଗତକାଲି ମହୁମାଛି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ସେମାନଙ୍କ…
ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି।
ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି।…
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି…