ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କ ସଂସଦୀୟ କ୍ଷେତ୍ରରେ ୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମସ୍ତ ୪ଟି ପ୍ରକଳ୍ପ ପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମା’ ଉଗ୍ରତାରା ପୀଠର ବିକାଶ ଓ ଜଟଣୀ ତହସିଲର ବିଂଝଗିରିଠାରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଜମି, ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ପଳାସୁଣୀକୁ ସ୍ଥାନାନ୍ତର ଏବଂ ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ଣ୍ଣ ଆର୍ଟର ଆଂଚଳିକ ଶାଖା ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଭଳି ୪ଟି ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।
Related Posts
୧ କିମି ଦୂରରେ ଥିବା ନଳକୂପ, କେ.ସୀତାପୁର ଗ୍ରାମବାସୀଙ୍କ ଏକମାତ୍ର ଭରଷା
୧ କିମି ଦୂରରେ ଥିବା ନଳକୂପ, କେ.ସୀତାପୁର ଗ୍ରାମବାସୀଙ୍କ ଏକମାତ୍ର ଭରଷାଗଜପତି -୨୨/୫/୨୦୨୪( ମନୋଜ କୁମାର ପାଢ଼ୀ):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଗ୍ରାମର…
ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ ।
ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ । ଗଜପତି – ହକି’ର ଯାଦୁକର ତଥା…
ଫେବ୍ରୁଆରି ୧୮ରୁ +୨ ପରୀକ୍ଷା
ଫେବ୍ରୁଆରି ୧୮ରୁ +୨ ପରୀକ୍ଷା ଭୁବନେଶ୍ୱର: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବ।୧୮ରୁ ବିଜ୍ଞାନ ଏବଂ ୧୯ରୁ କଳା ଓ ବାଣିଜ୍ୟ ପରୀକ୍ଷା ହେବ।ମାର୍ଚ…