ଉପଜିଲ୍ଲାପାଳଙ୍କ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ପରିଦର୍ଶନ । ଗଜପତି(ମନୋଜ କୁମାର ପାଢୀ/ ୧୧ ୯/୨୪ ,ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ନିର୍ଦ୍ଧେଶ କ୍ରମେ ଆଜି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ନୂଆଗଡ ବ୍ଲକ୍ ର ଏନ୍.ଝାଲାରସିଂ, କିରାମା ଓ ଅନୁଗୁର ସମେତ ଅନ୍ୟ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ସୁଭଦ୍ରା ଯୋଜନାର ଆବେଦନ ଫର୍ମର ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନସାଧାରଣଙ୍କୁ ସାମଗ୍ରିକ ସେବା ପ୍ରଦାନ କରିବା ପାଇଁ ସମସ୍ତ ଜନସେବା କେନ୍ଦ୍ରର ପରିଚଳକ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ୟକ୍ତି ଗତ ଭାବେ କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରି ଆବେଦନ ପ୍ରକ୍ରିୟା ଏବଂ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପ୍ରତ୍ୟକ୍ଷ ହିତାଧିକରୀଙ୍କ ସହିତ ଆଲେଚନା କରିଥିଲେ । ସୁଭଦ୍ରା ଯୋଜନାର ସଫଳ ରୂପାୟନ ରେ ସେମାନଙ୍କର ଭୂମିକାର ଗୁରୁତ୍ବ ଉପରେ କେନ୍ଦ୍ର ପରିଚାଳକମାନଙ୍କୁ ଉପଜିଲ୍ଲାପାଳ ବୁଝାଇ ଥିଲେ ଓ ଆବଶ୍ୟକ ଦସ୍ତାବିଜ ଉପରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ, ସଠିକ ସମୟରେ ପ୍ରକ୍ରିୟା କରଣ ଏବଂ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖ୍ କେନ୍ଦ୍ର ଗୁଡିକୁ ଆସୁଥିବା ହିତାଧିକାରୀମାନେ ଯେମିତି ସଠିକ ଭାବେ ସୁଭଦ୍ରା ପୋର୍ଟାଲ ରେ ପଞ୍ଜିକରଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ କେନ୍ଦ୍ରର କର୍ମଚାରୀମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କାର୍ଯ୍ୟରେ ଅବହେଳା କିମ୍ବା ଅନିୟମିତତା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
Related Posts
ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ପରିବାର
ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ପରିବାର ଆର,ଉଦୟଗିରି, ୨/୧୧ (ମନୋଜ କୁମାର ପାଢୀ)-: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରୀବ…
ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।
ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ବରଗଡ – ୧,୧୦(ଭବାନୀ ଶଙ୍କର ପାଢ଼ୀ)…
ଭାରତ ୨-୧ରେ ଜିତି ନେଇଛି।
ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ ଆଜି କମାଲ କରିଛି। ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ…