ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବତ୍ତମାନ ସାରା ରାଜ୍ୟରେ ପ୍ରାୟ ସବୁ ଜନସେବା ଓ ମୋ ସେବାକେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲାରେ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ ଲାଗି ରାସନ୍ କାର୍ଡର ଇ- କେଓ୍ବାସି ଆଧାର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରଥମେ ଉପରୋକ୍ତ ଡକ୍ୟୁମେଣ୍ଟ ଗୁଡିକର ଆବଶ୍ୟକତା ବୋଲି ଦୌଡାଦୌଡି ପୁଣି ଏବେ ସର୍ଭର ଡାଉନ୍ ଲାଗି ଗୋଟେ ଜନସେବା କେନ୍ଦ୍ରରୁ ଅନ୍ୟ ଏକ ମୋ ସେବାକେନ୍ଦ୍ରରେ ଧାଡିଧାଡି । ଜିଲ୍ଲାର କେତେକ ଉପାନ୍ତ ଅଞ୍ଚଳ ଯଥା ନୁଆଗଡ, ଆର,ଉଦୟଗିରି ଓ ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରେ ନେଟଓ୍ବାର୍କ ସେବା ଠିକ୍ ଭାବେ କାର୍ଯ୍ୟକାରିତା ହେଉଥିବା ବେଳେ କୌଣସି ଜନସେବା ଓ ମୋ ସେବାକେନ୍ଦ୍ର ମଧ୍ୟ ଖାଲି ନାହିଁ । ତା ସହିତ ଲଗାଣ ବର୍ଷା ସାଙ୍ଗକୁ ସର୍ଭର୍ ମନ୍ଥର ହେଉଥିବାରୁ ଲୋକେ ବିରକ୍ତ ହୋଇଗଲେଣି । ସକାଳୁ ଘରୁ ବାହାରି ନିଜନିଜର ଘରକାମ ଓ କୁଲି ମଜୁରୀ କାମ ଛାଡି ଛୋଟ ଛୁଆଙ୍କୁ କାଖେଇ, ଜନସେବା ଓ ମୋ ସେବାକେନ୍ଦ୍ରକୁ ଯାଇ ଧାଡିବାନ୍ଧି ଠିଆ ହୋଇ ସନ୍ଧ୍ୟା ବେଳକୁ ନିରାଶ ହୋଇ ଘରକୁ ଫେରିଥାନ୍ତି । ପୁଣି ପରଦିନ ସେଇ ଏକା ଅବସ୍ଥା ଓ ସେହି ଏକା ନେଟଓ୍ବାର୍କ ଅସୁବିଧା। କେତେ ଦିନ ଏଦୁଃଖ ସହିବାକୁ ପଡିବ ଜାଣି ହେଉନି ବୋଲି ଉପଭୋକ୍ତା କହିଛନ୍ତି । ସେଥିଲାଗି କିଛି ମହିଳା ବିରକ୍ତ ହେବା ସହ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଏପରି ବିପର୍ଯ୍ୟସ୍ତ ନେଟଓ୍ବାର୍କ ସେବା ଅଞ୍ଚଳରେ ଯେମିତି ଅଙ୍ଗନଓ୍ବାଡି ଦିଦି ମାଧ୍ୟମରେ ଫର୍ମ ଦେଇଛନ୍ତି , ସେମିତି ଫର୍ମ ଯଦି ସେହି ଦିଦିଙ୍କ ଜରିଆରେ ବ୍ଲକରେ ପହଞ୍ଚାଇ ଦିଆଯାଆନ୍ତା ତେବେ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡନ୍ତା ନାହିଁ ବୋଲି କହିଛନ୍ତି । ଏସବୁ ଦେଖିଲାପରେ ଆଗରୁ ଯୋଜନା ସଂକ୍ରାନ୍ତୀୟ ନିୟମାବଳୀ ନ ଦେଇ ତରବରିଆ ଆବେଦନ ତାରିଖ ଘୋଷଣା କରି ସରକାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ସେହିପରି ବିରୋଧୀ ଦଳଗୁଡିକ ପକ୍ଷରୁ ଭିତ୍ତିଭୂମି ନ ସଜାଡି ତରବରିଆ ଭାବେ ମନମୁଖୀ ନିଷ୍ପତ୍ତି ଦ୍ବାରା ସରକାର ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଉପଭୋକ୍ତ । ଏହାସହ ଆଧାରକାର୍ଡରେ ନାମ ଭୂଲଥିଲେ ଏବଂ ଫୋନ ନମ୍ବର ସଂଯୋଗ କରିବାକୁ ସକାରୀ ଦର ଠାରୁ ଚଢା ଦର ନେଉଛନ୍ତି ମୋ ସେବାକେନ୍ଦ୍ର ଓ ଜନସେବା କେନ୍ଦ୍ର ଦେଉଥିବା ବୋଲି ଉପଭୋକ୍ତ ଅଭିଯୋଗ କରୁଛନ୍ତି ।
Related Posts
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍ଓଡି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ…
ପ୍ରଚାରରେ ସାମିଲ ହୋଇ ଚାକିରୀରୁ ବିଦାହେଲେ
କଂଗ୍ରେସ ପ୍ରଚାରରେ ସାମିଲ ହୋଇ ଚାକିରୀରୁ ବିଦାହେଲେ ଗଜପତି :ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ବଡକଳାକୋଟ ପଞ୍ଚାୟତର ସିଆରପି ଗୀତାଞ୍ଜଳି ଭୂୟାଁ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମରେ ସାମିଲ…
ବାଲିଗୁଡା ବିଧାୟକ ଙ୍କୁ ଜବର ଦଖଲ ଉଛେଦ ବିରୋଧ ରେ ସ୍ମାରକ ପତ୍ର.
ବାଲିଗୁଡା ବିଧାୟକ ଙ୍କୁ ଜବର ଦଖଲ ଉଛେଦ ବିରୋଧ ରେ ସ୍ମାରକ ପତ୍ର…କନ୍ଧମାଳ -17/07(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ଜବରଦଖଲ…