ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବତ୍ତମାନ ସାରା ରାଜ୍ୟରେ ପ୍ରାୟ ସବୁ ଜନସେବା ଓ ମୋ ସେବାକେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲାରେ ମଧ୍ୟ ସୁଭଦ୍ରା ଯୋଜନା ଆବେଦନ ଲାଗି ରାସନ୍ କାର୍ଡର ଇ- କେଓ୍ବାସି ଆଧାର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରଥମେ ଉପରୋକ୍ତ ଡକ୍ୟୁମେଣ୍ଟ ଗୁଡିକର ଆବଶ୍ୟକତା ବୋଲି ଦୌଡାଦୌଡି ପୁଣି ଏବେ ସର୍ଭର ଡାଉନ୍ ଲାଗି ଗୋଟେ ଜନସେବା କେନ୍ଦ୍ରରୁ ଅନ୍ୟ ଏକ ମୋ ସେବାକେନ୍ଦ୍ରରେ ଧାଡିଧାଡି । ଜିଲ୍ଲାର କେତେକ ଉପାନ୍ତ ଅଞ୍ଚଳ ଯଥା ନୁଆଗଡ, ଆର,ଉଦୟଗିରି ଓ ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରେ ନେଟଓ୍ବାର୍କ ସେବା ଠିକ୍ ଭାବେ କାର୍ଯ୍ୟକାରିତା ହେଉଥିବା ବେଳେ କୌଣସି ଜନସେବା ଓ ମୋ ସେବାକେନ୍ଦ୍ର ମଧ୍ୟ ଖାଲି ନାହିଁ । ତା ସହିତ ଲଗାଣ ବର୍ଷା ସାଙ୍ଗକୁ ସର୍ଭର୍ ମନ୍ଥର ହେଉଥିବାରୁ ଲୋକେ ବିରକ୍ତ ହୋଇଗଲେଣି । ସକାଳୁ ଘରୁ ବାହାରି ନିଜନିଜର ଘରକାମ ଓ କୁଲି ମଜୁରୀ କାମ ଛାଡି ଛୋଟ ଛୁଆଙ୍କୁ କାଖେଇ, ଜନସେବା ଓ ମୋ ସେବାକେନ୍ଦ୍ରକୁ ଯାଇ ଧାଡିବାନ୍ଧି ଠିଆ ହୋଇ ସନ୍ଧ୍ୟା ବେଳକୁ ନିରାଶ ହୋଇ ଘରକୁ ଫେରିଥାନ୍ତି । ପୁଣି ପରଦିନ ସେଇ ଏକା ଅବସ୍ଥା ଓ ସେହି ଏକା ନେଟଓ୍ବାର୍କ ଅସୁବିଧା। କେତେ ଦିନ ଏଦୁଃଖ ସହିବାକୁ ପଡିବ ଜାଣି ହେଉନି ବୋଲି ଉପଭୋକ୍ତା କହିଛନ୍ତି । ସେଥିଲାଗି କିଛି ମହିଳା ବିରକ୍ତ ହେବା ସହ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଏପରି ବିପର୍ଯ୍ୟସ୍ତ ନେଟଓ୍ବାର୍କ ସେବା ଅଞ୍ଚଳରେ ଯେମିତି ଅଙ୍ଗନଓ୍ବାଡି ଦିଦି ମାଧ୍ୟମରେ ଫର୍ମ ଦେଇଛନ୍ତି , ସେମିତି ଫର୍ମ ଯଦି ସେହି ଦିଦିଙ୍କ ଜରିଆରେ ବ୍ଲକରେ ପହଞ୍ଚାଇ ଦିଆଯାଆନ୍ତା ତେବେ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡନ୍ତା ନାହିଁ ବୋଲି କହିଛନ୍ତି । ଏସବୁ ଦେଖିଲାପରେ ଆଗରୁ ଯୋଜନା ସଂକ୍ରାନ୍ତୀୟ ନିୟମାବଳୀ ନ ଦେଇ ତରବରିଆ ଆବେଦନ ତାରିଖ ଘୋଷଣା କରି ସରକାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ସେହିପରି ବିରୋଧୀ ଦଳଗୁଡିକ ପକ୍ଷରୁ ଭିତ୍ତିଭୂମି ନ ସଜାଡି ତରବରିଆ ଭାବେ ମନମୁଖୀ ନିଷ୍ପତ୍ତି ଦ୍ବାରା ସରକାର ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଉପଭୋକ୍ତ । ଏହାସହ ଆଧାରକାର୍ଡରେ ନାମ ଭୂଲଥିଲେ ଏବଂ ଫୋନ ନମ୍ବର ସଂଯୋଗ କରିବାକୁ ସକାରୀ ଦର ଠାରୁ ଚଢା ଦର ନେଉଛନ୍ତି ମୋ ସେବାକେନ୍ଦ୍ର ଓ ଜନସେବା କେନ୍ଦ୍ର ଦେଉଥିବା ବୋଲି ଉପଭୋକ୍ତ ଅଭିଯୋଗ କରୁଛନ୍ତି ।
Related Posts
ଗୁରାଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟି ଗ୍ୟାଙ୍ଗ ର ଦୁଇଜଣ ସଦସ୍ୟକୁ ବାନ୍ଧିଲା ପୋଲିସ !
ଗୁରାଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟି ଗ୍ୟାଙ୍ଗ ର ଦୁଇଜଣ ସଦସ୍ୟକୁ ବାନ୍ଧିଲା ପୋଲିସ ଗଜପତି :୪/୫ ଗତ କିଛିଦିନ ହେବ…
ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ.।
ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ.। ଗଜପତି – ୧୧/୮/୨୦୨୪ଜିଲ୍ଲା ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର…
ନୁଆଗଡରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ସ୍ବାସ୍ଥ୍ୟ ବିଭାଗ ଓ ଆରଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ଜନ ପ୍ରତିନୀଧି ଅସନ୍ତୁଷ୍ଟ
ନୁଆଗଡରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ସ୍ବାସ୍ଥ୍ୟ ବିଭାଗ ଓ ଆରଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ଜନ ପ୍ରତିନୀଧି ଅସନ୍ତୁଷ୍ଟ ଆର, ଉଦୟଗିରି(ମନୋଜ କୁମାର…