ଟିକାବାଲି ରେ ଲଘୁଚାପ ପ୍ରବଳ ବର୍ଷା ଯୋଗୁଁ ଗାଁ ଠୁ ସହର ରାସ୍ତା ଘାଟ ଜନଶୂନ୍ୟ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାତି ଠାରୁ ଲଗାତାର ବର୍ଷା ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି | ପଶ୍ଚିମ ଓଡିଶାର ବଡ ପର୍ବ ତଥା ଆନନ୍ଦର ଭାଇ ଚାରା ପର୍ବ ନୁଆଁଖାଇ ପର୍ବ ପାଇଁ ଆଜି ଓଡିଶା ସରକାରୀ ଛୁଟି ଘୋଷଣା ହୋଇ ଥିବା ଯୋଗୁଁ ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଛୁଟି ଥିବା ହେତୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଟିକେ ବର୍ଷା ରୁ ତ୍ରାହି ମିଳିଛି | ଲଘୁଚାପ ଜନିତ ବର୍ଷା ହେବା ଦ୍ୱାରା ସନ୍ଧ୍ୟା ୭ଘଣ୍ଟିକା ପର୍ଯ୍ୟନ୍ତ ଟିକାବାଲି ଅଞ୍ଚଳରେ କୌଣସି କ୍ଷୟକ୍ଷତି ର ଖବର ଆସିନଥିବା ଟିକାବାଲି ତହସିଲଦାର ଶ୍ରୀମତୀ ନର୍ମଦା ନାୟକ କହିଛନ୍ତି | ଏହି ବର୍ଷା ଫଳରେ ଗଣେଶ ପୂଜାର ଭସାଣି ରେ ଟିକେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି |ଫଳରେ ସ୍କୁଲ କଲେଜ ଗୁଡିକରେ ବିସର୍ଜନ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ଅର୍ଥାତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଆଜି ପ୍ରବଳ ବର୍ଷା ପାଇଁ କୌଣସି ସ୍କୁଲ ରେ ଭସାଣି ହୋଇନ ଥିବା ବେଳେ ଆସନ୍ତା କାଲି ପ୍ରାତଃ ସମୟରେ ଭସାଣି ପରେ ସ୍କୁଲ ଗୁଡ଼ିକରେ ପାଠ ପଢ଼ା ଯିବ ବୋଲି କହିଛନ୍ତି |ଏହି ବର୍ଷା ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ଥିବା ଦେଖା ଯାଇଛି କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଡେ ବାହାରି ପାରିନାଁହାନ୍ତି ଲୋକେ ଫଳରେ ଟିକାବାଲି ବଜାର ପୁରା ଜନ ଶୂନ୍ୟ ହୋଇ ଥିବା ଦେଖିବାକୁ ମିଳିଥିଲା | ଗାଁ ଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ରେ ଜୀବଜନ୍ତୁ ପ୍ରାଣୀ ଧନ ଚୋରିବା ରେ ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି |
Related Posts
ଗ୍ରୋସେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ
ରାଉରକେଲା: ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ର ଗ୍ରୋସେରୀ ଦୋକାନରେ ନିଆଁ କାରଣ ଅସ୍ପଷ୍ଟ, ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ!ଗ୍ରୋସେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ
ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୋବେଲ ଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ
ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୋବେଲ ଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ…
ବାଲୁଗାଁ ସ୍ଥିତ ଆସିଆସିଆଇ ବ୍ଯାଙ୍କ ରେ ଆସିଷ୍ଟାଣ୍ଟ ଶାଖା ପରିଚାଳକ ଭଡା ଘରେ ମୃତ ହୋଇଛି!
ବରଗଡ- ୫,୧୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସଂକ୍ରିଡା ଗ୍ରାମର ଉତ୍ତମରାଜ ପୁରୋହିତଙ୍କ ବଡ ପୁଅ ସୃଜନ ସମ୍ବିତ…