ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ବେଶ ଆଗ୍ରହ ଓ ଉତ୍ସାହ । ସିଏସସି: ଓ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ।

ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ବେଶ ଆଗ୍ରହ ଓ ଉତ୍ସାହ । ସିଏସସି: ଓ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ।

ଗଜପତି – ୭/୯/୨୪ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା।ରାଜ୍ୟରେ ମହିଳାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର “ସୁଭଦ୍ରା” ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମହିଳା ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖାଯାଇଛି । ଯାହାକି ସହରରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ନେବାପାଇଁ ଏବଂ ପ୍ରତ୍ୟେକ ଆଧାର ଓ ଜନ ସେବା କେନ୍ଦ୍ର ମାନଙ୍କରେ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାରେ ସାମିଲ ହୋଇ ସୁଭଦ୍ରା ଯୋଜନାର ହିତାଧିକାରୀ ହେବାପାଇଁ ପ୍ରବଳ ଭିଡ଼ ଲାଗିଥିବା ଦେଖାଯାଇଛି ।ରାଜ୍ୟର ବିଜେପି ସରକାର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଏବଂ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଆରମ୍ଭ କରିଛନ୍ତି ଏହି ସୁଭଦ୍ରା ଯୋଜନା । ଏଥିରେ ତାଙ୍କ ମାର୍ଗଦର୍ଶିକା ମଧ୍ୟ ଜାରୀ କରିଥିବା ଦେଖାଯାଇଛି ।ସହରରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ମହିଳା ମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ହେବାପାଇଁ ଦରଖାସ୍ତ ଆବେଦନ କରିବା ନିମନ୍ତେ ଉଦ୍ଧିଷ୍ଟ ଫର୍ମ ନେବାପାଇଁ ଆଗ୍ରହ ଓ ଉତ୍ସାହର ସହ ପ୍ରବଳ ଭିଡ଼ ଲଗାଇଛନ୍ତି।ସେହିଭଳି ପୌର ପରିଷଦ ର ସ୍ୱଚ୍ଛସାଥି ମାନେ ବିଭିନ୍ନ ୱାର୍ଡର ପ୍ରତ୍ୟେକ ଘରକୁ ଘର ଯାଇ ସଂପୃକ୍ତ ଘରର ମହିଳାଙ୍କୁ ସୁଭଦ୍ରା ଯୋଜନା ଫର୍ମ ଦେବା ସହ ଫର୍ମ ପୂରଣ କରିବା ଏବଂ ଯୋଜନା ସମ୍ପର୍କରେ ସଚେତନ କରାଉଥିବା ଦେଖିବାକୁ ମିଳିଛି। ।ସେହିଭଳି ପ୍ରତ୍ୟେକ ଆଧାର ଓସିଏସ: କେନ୍ଦ୍ର ମାନଙ୍କରେ ମହିଳା ମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ହେବା ପାଇଁ ଆବେଦନ ଓ ଆଧାର ଲିଙ୍କ ନିମନ୍ତେ ପ୍ରବଳ ଭିଡ଼ ଲଗାଇଛନ୍ତି । ଟାଣ ଖରାରେ ଅପେକ୍ଷା କରି ରହିଥିବା ଦେଖାଯାଇଛି ।ଏହି ଯୋଜନାକୁ ନେଇ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଏବଂ ମହିଳା ଓ ଶି ବିଭାଗର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ,ଜିଲ୍ଲାର ୭ ଗୋଟି ବ୍ଲକର ୧୪୯ ଗ୍ରାମ ପଞ୍ଚାୟତ ର ୧୫୩୪ ରାଜସ୍ବ ଗ୍ରାମ ମହିଳା ମାନେ ଏହି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଅବେଦନ କରିବେ। ଜିଲ୍ଲାରେ ୨୪୪୩ ଗୋଟି ଅଙ୍ଗୱାଡ଼ି କେନ୍ଦ୍ର ଓ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମେତ ପୌରପରିଷଦ କାର୍ଯ୍ୟଳୟ , ମୋ ସେବା କେନ୍ଦ୍ର , ଜନସେବା କେନ୍ଦ୍ର ମାନଙ୍କରେ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ବୋଲି କହିଥିଲେ।ସେହିପରି ଜିଲ୍ଲାରେ ୨୪ ଆଧାର କେନ୍ଦ୍ର ରହିଥିବା ବେଳେ ୨୧୪ ଟି ମୋ ସେବା କେନ୍ଦ୍ର ଏବଂ ୩୮୨ ଟି କମନ ସର୍ଭିସ ସେଣ୍ଟର ଅଛି ,ସେହିଭଳି ଜିଲ୍ଲାରେ ୨୦୫୭୫ ଜଣ ଏଏୱାଇ: କାର୍ଡାଧାରୀ ଥିବା ବେଳେ ଜାତୀୟ ଖାଦ୍ୟ ନିରାପଦ ଯୋଜନାରେ ୧,୧୮,୬୬୩ ଜଣ କାର୍ଡଧାରୀ ଏବଂ ଏସଏଫ୍ଏସଏସ: ରେ ୫୧୮୫ ଜଣ କାର୍ଦାଧାରୀ ରହିଛନ୍ତି ।ଜିଲ୍ଲାରେ ବର୍ତ୍ତମାନ ୧ ଲକ୍ଷ ୮୦ ହଜାର ସୁଭଦ୍ରା ଯୋଜନା ଫର୍ମ ପ୍ରିଣ୍ଟ ହୋଇଥିବା ବେଳେ ୧ ଲକ୍ଷ ୫୦ ହଜାର ଫର୍ମ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର , ସ୍ୱଚ୍ଛାସାଥି ଓ ସିଆରପି ମାନଙ୍କୁ ବଣ୍ଟନ ପାଇଁ ଦିଆହୋଇଛି ଏବଂ ଶିଶୁ ବିକାଶ ବିଭାଗ ଓ ବ୍ଲକ୍ କାର୍ଯ୍ୟାଳୟ ମାନଙ୍କରେ ୩୦ ହଜାର ସୁଭଦ୍ରା ଫର୍ମ ମହଜୁଦ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ହିତାଧିକାରୀ ହେବା ପାଇଁ ୪୦୦ ରୁ ଅଧିକ ଜଣ ପଞ୍ଜୀକୃତ ହେଲେଣି । ଏହି ଆବେଦନ ପ୍ରକ୍ରିୟା ବେଳେ କୌଣସି କେହି ଯଦି ଟଙ୍କା ମାଗବା କି ନେବା ଅଭିଯୋଗ ହେଲେ ସମ୍ପୃକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଆବେଦନ ପ୍ରକ୍ରିୟା କୌଣସି ଶେଷ ତାରିଖ ନାହିଁ , ଏହା ଚଳମାନ ଯୋଜନା। ତେଣୁ କୌଣସି ମହିଳା ଏଥିପ୍ରତି ବ୍ୟସ୍ତ ବିବ୍ରତ ନ ହୋଇ ଆରାମରେ ପଞ୍ଜିକରଣ କରିବାକୁ କହିଥିଲେ । ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ସେ ସମ୍ପର୍କରେ କହି ଏ ଦିଗରେ ଅଧିକ ସୂଚନା ଜାଣିବା ପାଇଁ ସ୍ଥାନୀୟ ସିଡିପିଓ: ଙ୍କ କାର୍ଯ୍ୟଳୟରେ ଯୋଗା ଯୋଗ କରି ଅଧିକ ସମ୍ପୂର୍ଣ୍ଣ ସହାୟତା ପାଇପାରିବେ ଓ ଦେୟ ମୁକ୍ତ ସହାୟତା ନମ୍ବର ୧୪୬୭୮ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *