ଦମାଦୁଆ ସରପଞ୍ଚ ଅଯୋଗ୍ୟ ଘୋଷଣା କଲେ ମୋହନା ଜେଏମଏଫସି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକର ଦମାଦୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ବତୀ ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ଜେଏମଏଫସି । ଗତ ପଞ୍ଚାୟତ ନିର୍ବାଚନରେ ଦମାଦୁଆ ସରପଞ୍ଚ ଭାବେ ସରସ୍ବତୀ ମଲ୍ଲିକ ନିର୍ବାଚନ ହୋଇଥିବାବେଳେ ତାଙ୍କର ଦୁଇରୁ ଅଧିକ ଛୁଆ ଥିବା ଯୋଗୁଁ ତାଙ୍କର ସରପଞ୍ଚ ପଦ ରଦ୍ଦ କରିବା ପାଇଁ ତାଙ୍କ ପ୍ରତିଦ୍ବନ୍ଦୀ କନସି ମାଝୀ ମୋହନା ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ (ଜେଏମଏଫସି) ରେ ଏକ ପିଟିସନ ଦାୟର କରିଥିଲେ । ତେବେ ଦୀର୍ଘ ଦୁଇବର୍ଷ ଘଟଣାକୁ ଅନୁଧ୍ୟାନ କରିବା ପରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କର ଆଜି ଅଦାଲତ ସରସ୍ବତୀ ମଲ୍ଲିକଙ୍କ ସରପଞ୍ଚ ପଦ ରଦ୍ଦ କରିବା ସହ ଅଯୋଗ୍ୟ ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ରାୟ ପ୍ରକାଶ ପାଇବା ପରେ ଆବେଦନକାରୀ କନସି ମାଝୀ ଓ ତାଙ୍କ ସମର୍ଥକ ଖୁସି ବ୍ୟକ୍ତ କରିବା ସହ ଖୁବ ଶିଘ୍ର ପୁନଃ ନିର୍ବାଚନ ପାଇଁ ଆଶା ରଖିଥିବା ତାଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ସୁଦର୍ଶନ ସାହୁ ସୁଚନା ଦେଇଛନ୍ତି ।
Related Posts
ଓଡ଼ିଶାରେ ଦୃଶ୍ୟମାନ ହେଲା ବର୍ଷର ସୁବୁଠୁ ବଡ଼ ପୂର୍ଣ୍ଣ ଚାନ୍ଦ
ଓଡ଼ିଶାରେ ଦୃଶ୍ୟମାନ ହେଲା ବର୍ଷର ସୁବୁଠୁ ବଡ଼ ପୂର୍ଣ୍ଣ ଚାନ୍ଦ ଭୁବନେଶ୍ୱର:ଶରଦ ପୂର୍ଣ୍ଣିମା ଅବସରରେ ବର୍ଷର ସୁବୁଠୁ ବଡ଼ ପୂର୍ଣ୍ଣ ଚାନ୍ଦ ଦୃଶ୍ୟମାନ* ଆକାଶ ନିର୍ମଳ ଥିବାରୁ…
ଆଜି ପବିତ୍ର ରାମ ନବମୀ ସ୍ୱତନ୍ତ୍ର ଆୟୋଜନ କରାଯାଇଛି
କୋରାପୁଟ: ଆଜି ପବିତ୍ର ରାମ ନବମୀ। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା, କୋରାପୁଟ ଜିଲ୍ଲାର ସବୁ ସହର ଠାରୁ ଗାଁ…
ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ ।
ଭୁବନେଶ୍ୱର:ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ । ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର…