ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀଗୃହ ଅଭାବ ଯୋଗୁଁ ପାଠପଢ଼ାରେ ବାଧା ପ୍ରାପ୍ତ ……..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବହୁ ପୁରୁଣା ୧୯୫୯ ମସିହା ରେ ସ୍ଥାପିତ ହେଇଅଛ । ଏହି ବିଦ୍ୟାଳୟରେ ଅଷ୍ଟମ,ନବମ, ଓ ଦଶମ, ଶ୍ରେଣୀର ଛାତ୍ର ଛାତ୍ରୀମାନେ ପାଠ ପଢିବାରେ କୈାଣସି ଅସୁବିଧା ନଥିଲା । ହେଲେ ସରକାର ଙ୍କ ନିର୍ଦ୍ଦେଶନାରେ ବର୍ତ୍ତମାନ ହାଇସ୍କୁଲ ରେ ପ୍ରାୟୀମେରି ସ୍କୁଲର ଛାତ୍ର ଛାତ୍ରୀ ମାନେ ମିସି ଥିବାରୁ ବର୍ତମାନ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ୬୩୦ ଜଣ ଛାତ୍ରଛାତ୍ରୀଙ୍କୁ ୨୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ବିଦ୍ୟାଳୟ ରେ ଏତେ ଛାତ୍ର ଛାତ୍ରୀଙ୍କ ପାଇଁ କ୍ଲାସ ଗୃହ ନଥିବାରୁ ହଷ୍ଟେଲ ଗୃହ ରେ ତିନି ତିନିଟା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଗୁଞ୍ଜାଗୁଞ୍ଜି ହୋଇ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ବର୍ତମାନ ହାଇସ୍କୁଲରେ ୧୪ ମାସହେଲା ସ୍ଥାୟ ପ୍ରଧାନଶିକ୍ଷକ ନାହାନ୍ତି। ପ୍ରଧାନଶିକ୍ଷକ ରୁପେ ସହ ଶିକ୍ଷକ ଦାୟିତ୍ଵ ତୁଲାଉଛନ୍ତି ଦାମୋଦର ସାହୁ । ଆମେ ଏହି ବିଷୟରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲୁ ।ସେ କହିଥିଲେ ଯେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟେଲ ଙ୍କୁ ଛାତ୍ରଛାତ୍ରୀ ପାଠପଢା ରେ ଗୃହ ନଥିବାରୁ ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ। ତା ସଂଗେ ସଂଗେ ଅଳ୍ପ ଦିନ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଭାବରେ ଜାଣାଇ ଦିଆ ଯାଇଛି ବୋଲି ସୂଚନା ଦେଇଛନ୍ତି ଦାମୋଦର ସାହୁ। ବର୍ତମାନ ଆମେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣି ମହୋଦୟ ଙ୍କୁ ଏହି ବିଷୟରେ ପଚାରି ବୁଝୁଥିଲୁ । ମହୋଦୟ ସାହାଣି କହିଥିଲେ ଯେ ଆମ୍ଭେ ଦିର୍ଘ ଦିନ ହେବ ଏହି ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏବଂ ଜିଲ୍ଲାପାଳଙ୍କ ମଧ୍ୟ ଅଭିଯୋଗ କରିଅଛୁ କିନ୍ତୁ କୈାଣସି ବେବସ୍ଥା କରା ଯାଇନାହିଁ ବୋଲି କହିଥିଲେ । ବର୍ତମାନ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକ୍ ରେ ଯେତିକି ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି କି କିନ୍ତୁ ଜିଲ୍ଲାର ଟିକାବାଲି ହାଇସ୍କୁଲରେ ୬୩୦ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଜିଲ୍ଲାର କୈାଣସି ସ୍କୁଲରେ ୬୩୦ ଛାତ୍ର ଛାତ୍ରୀ ପାଠ ପଢୁ ନାହାନ୍ତି। ହେଲେ ବିଜୁ ଜନାତା ଦଳର ସୁପ୍ରିମ ନବିନ ପଟ୍ଟନାୟକ ଦିର୍ଘ ୨୪ ବର୍ଷ ଶାସନରେ ଥାଇ ରାଜ୍ୟ ସରକାର ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଫାଇଟି ନାମରେ ହଜାର ହାଜାର କୋଟି ଟଙ୍କାର ବୟ ବରାଦ ରେ ଖର୍ଚ୍ଚ କରିଛନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲାରେ ୧୨ ବ୍ଲକ୍ ରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢିବା ପାଇଁ ଆଜି ପ୍ରୋର୍ଯ୍ୟନ୍ତ ସ୍କୁଲ ଗୃହ ନାହିଁ କି କ୍ଲାସ ରୁମ୍ ନଥିବାର ପିଣ୍ଡା ବାରଣ୍ଡାରେ ପାଠପଢା ହେଉଥିବା ଦେଖିବାକୁ ମିଳୁଛି । ବର୍ତମାନ ଓଡ଼ିଶା ରେ ନୂତନ ସରକାର ଦାୟିତ୍ଵ ନେଇଛନ୍ତି lକନ୍ଧମାଳ ଜିଲ୍ଲାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୁବିଧା ଜଗାଇଦେବା ପାଇଁ ଟିକାବାଲି ଅଞ୍ଚଳବାସୀଙ୍କ ଦାବି କରିଛନ୍ତି।