ସ୍ୱଳ୍ପ ସଞ୍ଚୟ କାର୍ଯ୍ୟକ୍ରମରେ ଏଜେଣ୍ଟ ମାନଙ୍କ ଭୂମିକା ଅନନ୍ୟ

ସ୍ୱଳ୍ପ ସଞ୍ଚୟ କାର୍ଯ୍ୟକ୍ରମରେ ଏଜେଣ୍ଟ ମାନଙ୍କ ଭୂମିକା ଅନନ୍ୟ

ଗଜପତି (ମନୋଜ କୁମାର ପାଢୀ ତା -04/09/2024 ପାରଳାଖେମୁଣ୍ଡି ମୁଖ୍ୟ ଡାକଘର ଠାରେ ପୋଷ୍ଟାଲ ଏଜେଣ୍ଟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥି ରୂପେ ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର ଶ୍ରୀ ପୁରନ୍ଦର ନାୟକ ଯୋଗ ଦେଇଥିବା ବେଳେ ଡେପୁଟି ପୋଷ୍ଟ ମାଷ୍ଟର ଶ୍ରୀ ସି ମାଧବ ରାଓ ସମ୍ମାନିତ ଅତିଥି ରୂପେ ଓ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ପ୍ରାୟ 40 ଜଣ ଏଜେଣ୍ଟ ଯୋଗ ଦେଇଥିଲେ |ଆଜି ସମଗ୍ର ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟର ଚାହିଦା ବହୁ ମାତ୍ରାରେ ବଢ଼ିଯାଇଛି |ସାଧାରଣ ଲୋକ ମାନେ ଜିଲ୍ଲାର ବିଭିନ୍ନ ଡାକଘରେ ଏଜେଣ୍ଟ ମାନଙ୍କ ଜରିଆରେ ବିଶ୍ୱାସର ସହ ପୂର୍ବାପେକ୍ଷା ଅଧିକ ଜମା କରୁଛନ୍ତି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ |ଜନସାଧାରଣ ବେସରକାରୀ ଅର୍ଥ ଲଗାଣକାରି ସଂସ୍ଥା ମାନଙ୍କ ଦ୍ୱାରା ହେଉଥିବା ଘୋଟାଲାକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପାଢ଼ୀ ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କ ଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ କରି ସଚେତନ କରାଉଛନ୍ତି |ଯଦିଓ ଆଜି ଜିଲ୍ଳାରେ ସ୍ୱଳ୍ପ ସଞ୍ଚୟ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ତାହାହେଲେ ଏହାର ପ୍ରଚ୍ଛଦ ପଟରେ ଏଜେଣ୍ଟ ମାନଙ୍କ ଭୂମିକା ଯଥେଷ୍ଟ ରହିଛି ବୋଲି ମତ ପ୍ରକାଶ ପାଇଥିଲା | ଯେହେତୁ ଡାକଘର ଜମା ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ଓ ଏଜେଣ୍ଟ ମାନେ ବିଶ୍ୱାସର ସହ ଲୋକମାନଙ୍କୁ ସେବା ଯୋଗାଉଥିବା ଯୋଗୁଁ ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ଘଟିଛି |ଲୋକମାନେ କିଭଳି ଅଧିକରୁ ଅଧିକ ସେବା ପାଇପାରିବେ ଓ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅତିଥି ବୃନ୍ଦ ପ୍ରକାଶ କରିଥିଲେ |ଶେଷରେ ଧନ୍ୟବାଦର ସହ ବୈଠକ ସମାପ୍ତ ହୋଇଥିଲା |

Leave a Reply

Your email address will not be published. Required fields are marked *