ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଖାଲି ହାତରେ ଅବସର ନେଲେ ବ୍ଲକଗ୍ରାଣ୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ
ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା -31/08/24 ରିଖ ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ତାରିଣୀ ବଡ଼ରଇତ ଅବସର ଗ୍ରହଣ କରିଛନ୍ତି ତାହା ପୁଣି ଶୂନ୍ୟ ହସ୍ତରେ |ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ |1993 ମସିହାରେ ମହେନ୍ଦ୍ରଗଡ଼ ଠାରେ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା |ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟରୁ ପ୍ରାୟ 3000 ଛାତ୍ର ଛାତ୍ରୀ ଅଧ୍ୟୟନ କରି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ |ଏହି ବିଦ୍ୟାଳୟରୁ ଜଣେ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି | 1993 ଠାରୁ 2007 ପର୍ଯ୍ୟନ୍ତ ଦୀର୍ଘ 14 ବର୍ଷ ବିନା ଦରମାରେ ଖଟିବା ପରେ ସରକାର ବ୍ଲକଗ୍ରାଣ୍ଡରେ ଯାହା ଗଣ୍ଡାକ ଦରମା ଦେଲେ ତାହା ପୁଣି ବିନା ଚାକିରୀ ସର୍ତ୍ତାବଳିରେ |ଆଜି ଯେତେବେଳେ ଶ୍ରୀ ତାରିଣୀ ବଡ଼ ରଇତ ସେଇ ବିଦ୍ୟାଳୟରୁ ଅବସର ନେଇଛନ୍ତି ସେ ଖାଲି ଙ୍ଗ ହାତରେ ଘରକୁ ଫେରିଛନ୍ତି |ଆଜିର ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି କୁମୁଦିନୀ ଗମାଙ୍ଗ, ସମିତିସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଶ୍ରୀ କୃପାସିନ୍ଧୁ ଗମାଙ୍ଗ, ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଶ୍ରୀ ସମସେନ ଲିମା ୱାର୍ଡସଦସ୍ୟା ଶ୍ରୀମତୀ ସୁକେଶୀ ପାତ୍ର, ଅଭିଭାବକବୃନ୍ଦ ଓ ଛାତ୍ର ଛାତ୍ରୀ ବୃନ୍ଦ ଯୋଗଦେଇଥିଲେ | ସେ ଜଣେ ମେଳାପୀ ମିଷ୍ଟଭାଷୀ ସମୟାନୁବର୍ତ୍ତୀ ଓ ବନ୍ଧୁବତ୍ସଳ ଥିଲେ | ମଞ୍ଚାସିନ ଅତିଥି ବୃନ୍ଦ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ଓ ଗୁଣାବଳି ଗୁଣଗାନ କରିଥିଲେ |ଶେଷରେ ବିଦ୍ୟାଳୟ ତରଫରୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା | ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ |ରାଜ୍ୟର ଏହି ବର୍ଗର ବିଦ୍ୟାଳୟର ଶିକ୍ଷକ କର୍ମଚାରୀବୃନ୍ଦଙ୍କୁ ତୁରନ୍ତ ସରକାର ପେନସନଭୁକ୍ତ ଓ ଚାକିରୀ ସର୍ତ୍ତାବଳି ଲାଗୁ କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଥିଲେ |ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଦେଇଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ | ଶେଷରେ ଶିକ୍ଷକ ମାନେ ତାଙ୍କୁ ସୁଗାଡ଼ ସ୍ଥିତ ତାଙ୍କ ନିଜ ବାସ ଭାବନରେ ଛାଡି ଆସିଥିଲେ |

Leave a Reply

Your email address will not be published. Required fields are marked *