ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି I • ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ । • ଗ୍ରାମାଞ୍ଚଳ ରେ କେବଳ 3-star ଏବଂ ତଦୁର୍ଦ୍ଧ category ର ହୋଟେଲ ବ୍ୟତୀତ କୌଣସି ନୂଆ ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।• ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ । • ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । • Bar ଗୁଡିକ କେବଳ ସଙ୍ଗୀତ ପରିବେଷଣ ର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ। • ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।. ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I
Related Posts
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ ……………………………………. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ତା 26/06/024, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ…
କୁର୍ତମଗଡ଼ ଗ୍ରାମବାସିଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ
କୁର୍ତମଗଡ଼ ଗ୍ରାମବାସିଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ, ପ୍ରଶାସନ ଚିର ନିନ୍ଦ୍ରାରେ….? କନ୍ଧମାଳ : 27/05 (ରିପୋର୍ଟ :କୁନା ଦିଗାଲ )କନ୍ଧମାଳ ଜିଲ୍ଲା କୁର୍ତମ ଗଡ଼…
ନୂତନ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କ ମହାନତା….
ନୂତନ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କ ମହାନତା….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ…