ଛେଳିଗଡ ଜଳ ପ୍ରକଳ୍ପର ବିସ୍ଥାପିତ ଲୋକଙ୍କ ଆତ୍ମା କାନ୍ଧୁଛି , ପ୍ରଶାସନିକ ଅବହେଳିତ ଯୋଗୁଁ ।

ଛେଳିଗଡ ଜଳ ପ୍ରକଳ୍ପର ବିସ୍ଥାପିତ ଲୋକଙ୍କ ଆତ୍ମା କାନ୍ଧୁଛି , ପ୍ରଶାସନିକ ଅବହେଳିତ ଯୋଗୁଁ ।

ଗଜପତି (ମନୋଜ କୁମାର ପାଢୀ/୨୫/୮ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ ପାରୁନାହିଁ । ଜମି ଗ୍ରହଣର ୪ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କୁ ଥଇଥାନ ହୋଇପାନି କି କ୍ଷତିପୂରଣ ମିଳୁପାରୁନାହିଁ । ଗତ ଜୁଲାଇ ୨୬ ତାରିଖରେ ଏହିପରି ବୈଠକ ହୋଇଥିଲା । ଉକ୍ତ ବୈଠକରେ ଦିଆଯାଥିବା ପ୍ରତିଶୃତି ସତ୍ତ୍ବେ ସମାଧାନ ହୋପାରିଲା ନାହିଁ । ତିତିଗାଁ, କାକିଲି, ଚଢେୟାପଦା, ସୁଗୁବା, ବିଦ୍ୟାଧରପୁରର ବିସ୍ଥାପିତ ଯୋଗ ଦେଇଥିଲେ । ପ୍ରକଳ୍ପ ମୁଖ୍ୟମନ୍ତୀ ବିରେନ୍ଦ୍ର କୁମାର ଜଗତ, ୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ, ଜିଲ୍ଲା ପରିଷଦ ଯମୁନା ଦଳବେହେରା, ବିସ୍ଥାପିତ ଆବାହକ ସଭାପତି ଚୈତନ୍ୟ ସାହୁ ମିଳିତ ଭାବରେ ଆଲୋଚନା କରି ପ୍ରତିଶୃତି ପାଇ ସମୟକୁ ଅପେକ୍ଷା କରିଛନ୍ତି । ଯଦି ଏହି ଏହି ପ୍ରତିଶୃତି ପ୍ରଶାସନ ରକ୍ଷା ନକଲେ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ସୁଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଆମର ଏହି R T I ତଥ୍ୟ କହୁଛି ଯେ କାହାରିକୁ ବିସ୍ଥାପିତ ମାନଙ୍କୁ ଥଇଥାନ କରାଯାଇନାହି । ଯେଉଁ ଦିନ ପର୍ଯନ୍ତ ବିସ୍ଥାପିତ ପରିବାରଙ୍କୁ ଥଇଥାନ, ପୂଣ୍ଣବସ୍ତି ଏବଂ ଚାଷ ଜମି ଯୋଗା ନ ଦିଆଯାଇଛି ସେହି ପର୍ଯ୍ୟନ୍ତ କୌଣସି ଫେରି ଫେରି ଡବଲମେଣ୍ଟ କାମ କରିଦିଆଯିବ ନାହିଁ କି ଆର ଆର କଲୋନୀରେ ବି କାମ କରେଇ ଦେବୁନାହିଁ ବୋଲି ସଂଗ୍ରାମ ସମିତିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।ବିସ୍ଥାପିତ ଅଭିଯୋଗ କରିସନ୍ତି ଜଳ ପ୍ରକଳ୍ପ ମୁଖ୍ୟଯନ୍ତୀ ବିରେନ୍ଦ୍ର କୁମାର ଜଗତ ନିଜ ଅଫିସରେ ନରହି ମାସର ଅଧିକ ସମୟ ନିଜ ବାସଭବନରେ ରହନ୍ତି ପ୍ରକଳ୍ପ ବିସ୍ଥାପିତ ଅଞ୍ଚଳର କୌଣସି ବିଷୟ ନେଇ ପଚାରିବାକୁ ତାଙ୍କ ମହେନ୍ଦ୍ରଗଡ ଅଫିସକୁ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ବିଭାଗ୍ୟ କର୍ମଚାରୀଙ୍କୁ ପଚାରିଲେ ସାର ଟୁରୁ ଯାଇଥିବା ସଫେଇ ଦିଅନ୍ତି । ସେଷରେ ବିସ୍ଥାପିତ ଲୋକେ ହୋଇ ଫୋନକରି ପଚାରିଲେ ମୁଖ୍ୟଯନ୍ତୀ କହନ୍ତି ଅଫିସ କାମରେ ଭୂବନେଶ୍ବର ଆସିଛି। ବିସ୍ଥାପିତ ଅଞ୍ଚଳର ଲୋକେ ଭାବନ୍ତି ଯେ ରାଜ୍ୟ ସରକାର ମହେନ୍ଦ୍ରଗଡ ଥିବା ଅଫିସକୁ ଉଠାଇ ପଠାଇଦେଲେ କି ଯେ ବିଭାଗ ମୁଖ୍ୟଯନ୍ତୀ ମାସର ଅଧିକ ଦିନ ଭୂବନେଶ୍ବର ରହୁଛନ୍ତି । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *