ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ ପାରୁନାହିଁ । ଜମି ଗ୍ରହଣର ୪ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କୁ ଥଇଥାନ ହୋଇପାନି କି କ୍ଷତିପୂରଣ ମିଳୁପାରୁନାହିଁ । ଗତ ଜୁଲାଇ ୨୬ ତାରିଖରେ ଏହିପରି ବୈଠକ ହୋଇଥିଲା । ଉକ୍ତ ବୈଠକରେ ଦିଆଯାଥିବା ପ୍ରତିଶୃତି ସତ୍ତ୍ବେ ସମାଧାନ ହୋପାରିଲା ନାହିଁ । ତିତିଗାଁ, କାକିଲି, ଚଢେୟାପଦା, ସୁଗୁବା, ବିଦ୍ୟାଧରପୁରର ବିସ୍ଥାପିତ ଯୋଗ ଦେଇଥିଲେ । ପ୍ରକଳ୍ପ ମୁଖ୍ୟମନ୍ତୀ ବିରେନ୍ଦ୍ର କୁମାର ଜଗତ, ୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ, ଜିଲ୍ଲା ପରିଷଦ ଯମୁନା ଦଳବେହେରା, ବିସ୍ଥାପିତ ଆବାହକ ସଭାପତି ଚୈତନ୍ୟ ସାହୁ ମିଳିତ ଭାବରେ ଆଲୋଚନା କରି ପ୍ରତିଶୃତି ପାଇ ସମୟକୁ ଅପେକ୍ଷା କରିଛନ୍ତି । ଯଦି ଏହି ଏହି ପ୍ରତିଶୃତି ପ୍ରଶାସନ ରକ୍ଷା ନକଲେ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ସୁଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଆମର ଏହି R T I ତଥ୍ୟ କହୁଛି ଯେ କାହାରିକୁ ବିସ୍ଥାପିତ ମାନଙ୍କୁ ଥଇଥାନ କରାଯାଇନାହି । ଯେଉଁ ଦିନ ପର୍ଯନ୍ତ ବିସ୍ଥାପିତ ପରିବାରଙ୍କୁ ଥଇଥାନ, ପୂଣ୍ଣବସ୍ତି ଏବଂ ଚାଷ ଜମି ଯୋଗା ନ ଦିଆଯାଇଛି ସେହି ପର୍ଯ୍ୟନ୍ତ କୌଣସି ଫେରି ଫେରି ଡବଲମେଣ୍ଟ କାମ କରିଦିଆଯିବ ନାହିଁ କି ଆର ଆର କଲୋନୀରେ ବି କାମ କରେଇ ଦେବୁନାହିଁ ବୋଲି ସଂଗ୍ରାମ ସମିତିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।
Related Posts
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି l
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ପିଏମ- କିସାନ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିଛନ୍ତି lରାୟଗଡା ତା:୦୫/୧୦/୨୪ ରିଖ ଶନିବାର ଅପରାହ୍ନ ୧୨.୩୦ ସମୟରେ ମହାରାଷ୍ଟ୍ରର…
ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ!
ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ. ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ…