*ତିବ୍ଦତୀୟାନ ମହିଳା ମାନଙ୍କ ଗଡର ଗ୍ରାମରେ ରକ୍ଷା ବନ୍ଧନ ଉତ୍ସବ ।* ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୮/୮/ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଦ ପଞ୍ଚାୟତ ଗଡର ଗ୍ରାମରେ ଚନ୍ଦ୍ରଗିରି ଟିବ୍ଦତୀୟାନ ମହିଳା ମାନଙ୍କ ତରଫରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ରକ୍ଷା ବନ୍ଧନ ବା ପବିତ୍ର ରାକ୍ଷୀ ପୂର୍ଣ୍ଣୀମା ଥିବା ବେଳେ ରବିବାର ସକାଳୁ ଗଡର ଗ୍ରାମ ବାସୀଙ୍କ ସତସଙ୍ଗ ତଥା ସଚେତନ କାର୍ଯ୍ୟ କ୍ରମ ଥିବା ବେଳେ ତିବତୀୟାନ ଓମେନ ଏସୋଷିଏସନ୍ ର ଚେୟାର ପର୍ସନ ସିରିଙ୍ଗ ୟାଂଜମ୍, ମେମ୍ବର ପେମା ସୋମ ,କୋଷାଧ୍ୟକ୍ଷ ପେମାଆ ଭାଜେ ଗ୍ୟାଂସମ୍ ଦିଗି ଯୋଗ ଦେଇ ଗ୍ରାମର ୱାର୍ଡ ସଭ୍ୟ ମହୋନ ବଡ଼ ନାୟକ ,ପୂଜକ ରଘୁନାଥ ଦାସ , ସେକ୍ରେଟାରୀ ଦଣ୍ଡ ପାଣି ମାଝୀ ସତସଙ୍ଗ ପୂଜକ ଯୁରୀୟା ନାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହି ଉତ୍ସବରେ ସିରିଂ ୟାଙ୍ଗଜମ ଗ୍ରାମରେ ପ୍ରତ୍ୟେକ ରବିବାର ସତସଙ୍ଗ ସହ ସଚେତନ କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ଏକ ମହତ୍ କାର୍ଯ୍ୟକ୍ରମ ଓ ଗ୍ରାମର ସମସ୍ତ ଗ୍ରାମବାସୀ ସଚେତନ ହେବାସହ ଗ୍ରାମର ଉନ୍ନତି ଦିଗରେ ଆଗେଇବ ବୋଲି କହିଥିଲେ । ତିବ୍ଦତୀୟ ମହିଳାଙ୍କୁ ଗ୍ରାମର ସମସ୍ତ ଗ୍ରାମବାସୀ ପୁଷ୍ପ ଚନ୍ଦନ ଦେଇ ସ୍ଵାଗତ କରିବା ଓ ସତସଙ୍ଗ ସ୍ଥଳରେ ସମ୍ମାନିତ କରି ଗ୍ରାମର ଯୁବତୀ ମାନେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଏହି ପରି ସ୍ୱାଗତକୁ ମହିଳା ଚାୟପରସନ୍ ପ୍ରଶଂସା କରିବା ସହ ଗ୍ରାମ ସହ ତିବତୀୟ ଙ୍କ ବନ୍ଧୁତା ରହିବ ବୋଲି କହିଥିଲେ । ମଞ୍ଚ ପରିଚାଳନା ସାମ୍ବାଦିକ ବାବୁଲା ସେଠୀ କରିଥିବା ବେଳେ ସାମ୍ବାଦିକ ସୀମା ପୂଜାରୀ ସହଯୋଗ କରିଥିଲେ ।
Related Posts
ରାୟଗଡା ବ୍ଲକ ସ୍ଥରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା ବ୍ଲକ ସ୍ଥରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା :ଆଦ୍ୟ 12/11/2024 ତାରିଖ ମଙ୍ଗଳ ବାର ରାୟଗଡ଼ ର ବ୍ଲକ ସ୍ତରୀୟ ସର୍ଗୀ ଫୁଲ ଅନୁଷ୍ଠିତ ହୋଇଛି।…
ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି ।
ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଭୁବନେଶ୍ୱର:ସେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଗଜପତି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ…