ଗୋଟିଏ ବଳଦ,୫ଟି ଗାଈ,୨ଟି ବାଛୁରୀ ମୃତ୍ୟୁ ଗାଁ ଲୋକେ ଆତଙ୍କିତ ଆର,ଉଦୟଗିରି (ମନୋଜ କୁମାର ପାଢୀ):ଅକସ୍ମାତ ଗୋଟିଏ ବଳଦ, ୫ ଟି ଗାଈ, ୨ଟି ବାଛୁରୀ ମୃତ୍ୟୁ ହୋଇଛି ଫଳରେ ଗାଁ ଲୋକେ ଆତଙ୍କିତ I ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଳକ, ଅନ୍ତରବା ପଞ୍ଚାୟତର, କଣ୍ଟାପଦର ଗାଁରେ I ରବିବାର ଦିନ ମଧ୍ୟାହ୍ନ ୧୨ଟାରେ ପ୍ରତି ଦିନ ପରି ଗାଁ ଲୋକେ ଖୁଣ୍ଟିଆରେ ନିଜ ନିଜ ଗାଈ, ବଳଦ, ବାଛୁରୀ ଙ୍କୁ ବାନ୍ଧିଥିଲେ l ତେବେ ଚରାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଗାଈ ଗୋରୁଙ୍କୁ ନେଇ ସୁମାଲ୍ୟ ଗମାଙ୍ଗ, କାନ୍ଦ୍ରା ଗମାଙ୍ଗ, ଗୁର୍ବାଡି ଗମାଙ୍ଗ, ସୁନିତା ଗମାଙ୍ଗ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲକୁ ଗାଈ ନେଇ ଚରାଉଥିଲେ I ହଠାତ ଚରୁଥିବା ଗାଈ ବଳଦ ବାଛୁରୀ ଚମକି ପଡି ଏଣେ ତେଣେ ଦୌଡ଼ିଥିଲେ I ଏପରି ପରିସ୍ଥିତି ଦେଖି ଗାଈ ଚରାଳି ମାନେ ଗାଈ ଗୋରୁଙ୍କୁ ଆୟତ କରିବା ସମ୍ଭବ ହେଉନଥିଲା I ଯେମିତ ଧୌଡୁ ଥିଲେ ସେମିତି ଯିଏ ଯୁଆଡେ ଗୋଟିଏ ପରେ ଗୋଟିଏ ମରି ଯାଇଥିଲେ l ପତି ଗମାଙ୍ଗର ୪ଟି ଗାଈ , କାନ୍ଦ୍ରା ଗମାଙ୍ଗର ୧ ବଳଦ, ସୁଧୀର ଗମାଙ୍ଗର ୨ ବାଛୁରୀ ମରିଯାଇଛି I ଚରାଳି ମାନେ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ l ମୋହନା ପଶୁ ବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ସମସ୍ୟା ବିଷୟରେ ଜଣାଇଥିଲେ I ତେବେ ପ୍ରାଣୀ ଧନ ଅଧିକାରି ଏହାକୁ ଗୁରୁତ୍ବ ଦେଇନଥିଲେ l ଘଟଣା ସଂମ୍ପର୍କରେ ପ୍ରାଣୀ ଧନ ଅଧିକାରୀଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଦୁର୍ଘଟଣାର କ୍ଷୟ କ୍ଷତି ଓ ମୃତ୍ୟୁର କ୍ଷତି ପୂରଣ ପ୍ରଦାନର ଯୋଜନା ଅଛି l ତେବେ ସ୍ଵାଭାବିକ ମୃତ୍ୟୁ ପାଇଁ କୌଣସି ସରକାରୀ ସହାୟତା ଯୋଜନା ନ ଥିବା କହିଛନ୍ତି ଡାକ୍ତର ବିରେନ୍ଦ୍ର ପଣ୍ଡା I ବର୍ତ୍ତମାନ ଗାଈ ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହେବା ସହିତ ଗୁଞ୍ଜିମା, ପିଲ୍ ପାଜୁ ଏବଂ ଆଖ ପାଖ ଗାଁ ଥିବା ଲୋକେ ଆତଙ୍କିତରେ ଅଛନ୍ତି I
Related Posts
ବିପର୍ଯ୍ୟୟ ପରିଚାଳନାର ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ।
ବିପର୍ଯ୍ୟୟ ପରିଚାଳନାର ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ।ଗଜପତି-: (୫/୭/୨୦୨୪)ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଟେବୁଲ ଟପ ଏକ୍ସରସାଇଜ…
ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ।
ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ଭୁବନେଶ୍ୱର :ପୁରୁଣା ଜମିରେ…
ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ
ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:( ଅଭିଷେକ ମହାନ୍ତି) ମୋହନ ମାଝୀ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ।କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ହେବେ…