ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିରାଟ ସାଧାରଣ ସଭା।
ସେମିଳିଗୁଡା :ସଂପ୍ରତି ବାଂଲାଦେଶରେ ହିନ୍ଦୁ ଓ ଅନ୍ଯାନ୍ଯ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ଅମାନୁଷିକ ଆକ୍ରମଣ, ହିନ୍ଦୁ ମା ଭଉଣୀମାନଙ୍କ ବଳାତ୍କାର, ହତ୍ୟା ,ଲୁଣ୍ଠନର ପ୍ରତିବାଦରେ ସେମିଳିଗୁଡା ଓ ସୁନାବେଡ଼ାର ସମସ୍ତ ସଚେତନ ନାଗରିକ ଏକତ୍ରୀତ ହୋଇ ସେମିଳିଗୁଡା ଗୁଣ୍ଡିଚା କଲ୍ୟାଣ ମଣ୍ଡପଠାରେ ଏକ ସାଧାରଣ ବୈଠକ କରିଥିଲେ।ବୈଠକରେ ସେମିଳିଗୁଡା ଓ ସୁନାବେଡ଼ାର ବହୁ ବୁଦ୍ଧିଜିବୀ,ଶିକ୍ଷାବିତ, ନେତୃମଣ୍ଡଳୀ,ଯୁବ ଗୋଷ୍ଠୀ ,ମହିଳା ଯୋଗ ଦେଇଥିଲେ।ଏଥିସହିତ ସେମିଳିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ବାଂଲାଦେଶୀ ଓ ରୋହିଂଗିୟା ଅନୁପ୍ରବେଶକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ବିଷୟରେ ମଧ୍ଯ ଆଲୋଚନା କରାଯାଇଥିଲା।।ସେମାନେ ନକଲି ଆଧାରକାର୍ଡ ବନାଇ ବହୁ ସରକାରୀ ଜାଗା ଦଖଲ କରିଗଲେଣି। ସେମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଏଠାରୁ ବିଦାକରିବା ବ୍ୟବସ୍ଥାସହ ସେମାନଙ୍କଠାରୁ କେହି ଯେପରି ଜିନିଷ କିଣିବେ ନାହିଁ ଓ ତାଙ୍କୁ ଘରଭଡ଼ା ଦେବେ ନାହିଁ ,ସେ ବିଷୟରେ ନିଷ୍ପତ୍ତି ନିଆ ଯାଇଥିଲା। ଗାଁ ମାନଙ୍କରେ ମଧ୍ଯ ସଚେତନତା ସୃଷ୍ଟିକରି ଏହି ବାଂଲାଦେଶୀ ଫେରିବାଲାଙ୍କୂ ପୁରାଇ ନଦେବାପାଇଁ ସ୍ଥିର କରାଯାଇଥିଲା।ଏହି ପ୍ରସଙ୍ଗକୁ ନେଇ ବାଂଲାଦେଶୀ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ୧୩,୮,୨୦୨୪ଦିନ ସେମିଳିଗୁଡା ନୂତନ ବସଷ୍ଟାଣ୍ଡ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନାଲକୋ ଛକ ପର୍ଯ୍ୟନ୍ତ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଏହି ବୈଠକକୁ ପରିଚାଳନା କରିଥିଲେ। ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର,ଶିବଶକ୍ତି ବଣିକ ସଂଘର ସଂପାଦକ ଏମ. ରମେଶ, ଅମିତ ଅଗ୍ରୱାଲ, ଯୁବ ବିଜେପି ନେତା ତଥା ଆଦିବାସୀ ନେତା ଶ୍ରୀ ଚୈତନ୍ଯ ନନ୍ଦିବାଲୀ,ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର, ମନୋରଞ୍ଜନ ବେହେରା,ବିଚିତ୍ରାନନ୍ଦ ଧଳ,ନୀଲୁ କଣ୍ଟା,ଅସିତ ପରିଜା,ରଂଜନ ପାତ୍ର, ଅଲେଖ ଦାସ, ରବି ନାରାୟଣ ପାତ୍ର, ସତ୍ଯ ରଂଜନ ମିଶ୍ର, ଅଶୋକ ପ୍ରଧାନ, ଅଶ୍ବିନୀ ଜେନା,ଦିଗାମ୍ବର ନାୟକ,ବିଷ୍ଣୁ ପାତ୍ର, ଶ୍ରୀ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ଯ ରଖି ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ,ଏ ସବୁ ଉପରେ ଆଲୋକପାତ କରିଥିଲେ।