ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ ।
ଗଜପତି-୯/୮/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତ’ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲା ।ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତ ସଭାପତିତ୍ବ କରି ଆଦିବାସୀ ମାନଙ୍କୁ ଏକତ୍ରିତ କରିବା ପାଇଁ ଏବଂ ଆଦିବାସୀ ମାନଙ୍କୁ ଭାଗ ଭାଗ କରାଯାଇ ସେମାନଙ୍କୁ ଯେଉଁ ଶୋଷଣ କରାଯାଉଛି , ସେଥିରୁ ସେମାନେ କିଭଳି ମୁକ୍ତି ପାଇବେ ସେ ଦିଗରେ ସଚେତନ କରିବା ପାଇଁ ଆଜି କ୍ରାନ୍ତିକାରୀ ଦିବସ ସହ ବିଶ୍ଵ ଆଦିବାସୀ ଦିବସ ପାଳିତ ହେଉଛି ବୋଲି କହିଥିଲେ । ଅନ୍ୟପକ୍ଷରେ ମୂଳ ଆଦିବାସୀ ମାନଙ୍କ ଠାରୁ ଆରମ୍ଭ କରି ଆଦିବାସୀ ମାନେ ବର୍ଷ ବର୍ଷ ଧରି ଶାସିତ ଓ ଶୋଷିତ ହୋଇ ଆସିବା ସହ କର୍ମ ଓ ଜାତି ବିଭାଜନର ଶିକାର ହୋଇ ଆସୁଛନ୍ତି , ଏମିତିକି ଭାରତ ବର୍ଷରେ ୬୭୪୩ ପ୍ରଜାତିରେ ଭାଗ ଭାଗ କରି ଆମ ଆଦିବାସୀ ମାନଙ୍କୁ ଶାସକ ବର୍ଗ ଆମଠାରୁ ଢେର କମ ହୋଇଥିଲେ ମଧ୍ୟ ଆମକୁ ସେବା ନାମରେ ଶାସନ , ଶୋଷଣ ଲୁଣ୍ଠନ ଓ ଭ୍ରଷ୍ଟାଚାର କରାଯାଉଛି ବୋଲି କହି ଭାରତ ଛାଡ ଆନ୍ଦୋଳନ ଓ କ୍ରାନ୍ତିକାରୀ ଦିବସର ବିଭିନ୍ନ ଦିଗ ଉପରେ କହିଥିଲେ ।ଆଗାମୀ ଦିନରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଭାଜିତ ମନୋଭାବ ନ ରଖି ଏବଂ ରାଜନୈତିକ ସ୍ୱାର୍ଥରୂ ଉର୍ଦ୍ଧ୍ବରେ ରହି ଶୋଷଣ ମୁକ୍ତ ସଂଗ୍ରାମରେ ଏକାଠି ହୋଇ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଆଦିବାସୀ ମାନଙ୍କ ବିଭିନ୍ନ ଦାବି ଯଥା:- ସେମାନଙ୍କ ବିଭିନ୍ନ ଯଥୋଚିତ ହକ ସେମାନଙ୍କୁ ଯୋଗାଇ ଦେବା ଉପରେ ଦୋହରାଇ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା କମିଟିର ଶ୍ରୀ ସୁନାମ ମଣ୍ଡଳ , କ୍ଷେତ ମଜଦୂର ୟୁନିଆନ ରାଜ୍ୟ କମିଟିର ଶ୍ରୀ ଗୋକୁଳ ବେହେରା , ଦଳିତ ନେତା ମୋହିତ ମିଶାଲ , ଓଡ଼ିଶା କୃଷକ କ୍ଳବ୍ ସମ୍ପାଦକ ଶ୍ରୀ ଅନାମ ମଣ୍ଡଳ ଓ କୃଷକ ନେତା ଶ୍ରୀ ଏମ: ବାଙ୍ଗାରୀ , ଯୁବନେତା ଶ୍ରୀ ଶ୍ରିନୁ ବେହେରାଙ୍କ ସମେତ ମାଳତୀ ଶବର , ଫିଲାମାନ ଶବର , ଗୋଷିନ ମଣ୍ଡଳ ଏବଂ ବାସରା ଶବର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଗଜପତି ଜିଲା ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ।