ଲିଭ ଫର ଅଦର୍ସର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ (ସେବା ଓ ସହଯୋଗ)ଆନୁକୂଲ୍ୟରେ ଆଜି ସେମିଳିଗୁଡା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଔଷଧୀୟ ବୃକ୍ଷ, ଫଳବୃକ୍ଷ ଓ ଅନ୍ଯାନ୍ଯ ବୃକ୍ଷ ରୋପଣ କରାଯାଇଥିଲା।ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିସ୍ଚାଧିକାରୀ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା ,ଅନ୍ଯାନ୍ଯ ସଦସ୍ଯ, ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ଫାର୍ମାସିଷ୍ଟ ଭୂବନେଶ୍ବର ଦାସ, ଅନିରୁଦ୍ଧ ଜେନା,ଗଣେଶ୍ଵର ପାଣିଗ୍ରାହୀ, ସ୍ଵସ୍ତିକ ମିଶ୍ର, ସତ୍ଯ ନାରାୟଣ ଦାସ,ସଦନ,ଓ ଅନ୍ଯାନ୍ଯ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ଯ ଯେ ଅନୁଷ୍ଠାନ ତରଫରୁ ଦୁଇ ବର୍ଷ ତଳେ ଲଗାଯାଇଥିବା ବୃକ୍ଷ ଗୁଡିକ ବଡହୋଇ ଡାକ୍ତରଖାନାର ସୌନ୍ଦର୍ଯ୍ଯ ବୃଦ୍ଧି କରୁଛି।ଲିଭ ଫର ଅଦର୍ସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି।
Related Posts
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ , ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସାମୁହିକ ଟେବୁଲ ଟପ ଏକ୍ସରସାଇଜ ଅଭ୍ୟାସ* ଗଜପତି (ପ୍ରାକୃତିକ ବିପର୍ଯ୍ୟୟ…
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।ଆର, ଉଦୟଗିରି ( ମନୋଜ କୁମାର…
ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ।
ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ।ଆର,ଉଦୟଗିରି- (ମନୋଜ କୁମାର ପାଢୀ/୨୦/୧୦/୨୪ ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା…