ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ କର୍ମୀଙ୍କ ଘର ପିଣ୍ଡାରେ ଚାଲିଛି ଶିକ୍ଷାଦାନ
ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ ଶିଶୁ ବିକାଶ ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ଲକ୍ଷ୍ୟ କରାଯାଇଛି. ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ଅଙ୍ଗନବାଡି କେନ୍ଦ୍ରଙ୍କ ନିଜ ଘର ପିଣ୍ଡାରେ ପିଲାଙ୍କ ଶିକ୍ଷାଦାନ ଚାଲିଥିବା ଦେଖାଦେଇଛି. ସରକାର ଶିଶୁଙ୍କ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା କରିଛନ୍ତି I ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହ ଶିକ୍ଷାର ବିକାଶ ପାଇଁ ପ୍ରାୟ ସମସ୍ତ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରିଛନ୍ତି। ସେହିସବୁ କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତ ହୋଇଛନ୍ତି I ଅଙ୍ଗନବାଡ଼ି କର୍ମୀ ସରକାରଙ୍କ ସବୁ ଯୋଜନା କାର୍ଯ୍ୟକାରୀ କରିଥାନ୍ତି I ହେଲେ ଏବେବି ଅନେକ ଗାଁ ରହିଛି ଯେଉଁଠି ଅଙ୍ଗନବାଡ଼ି କର୍ମୀ ଥିଲେ ମଧ୍ୟ ନିଜସ୍ବ ଗୃହ ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଘର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଉଦ୍ୟମ ମଧ୍ଯ କରାଯାଉନାହିଁ I ହେଲେ ନିଜ ଦାୟିତ୍ବ ତୁଲାଇବା ପାଇଁ ବାଧ୍ୟ ହୋଇ ନିଜ ଘର ପିଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବା ସହ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଅଙ୍ଗ ନବାଡ଼ି କର୍ମୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚ ବାଡି ଗ୍ରାମରେ । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି ହେଲେ କେନ୍ଦ୍ର ଚଳାଇବା ପାଇଁ ଏପର୍ଯ୍ୟନ୍ତ ଘର ନିର୍ମାଣ ହୋଇନି | କର୍ଚ୍ଚବାଡ଼ି ଏକ ବଡ ଗାଁ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ଯ ଅଛି| ଗାଁରେ ୨୫ ଜଣ ଶିଶୁ ଅଛନ୍ତି | ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନ ଥିବା ଯୋଗୁଁ କୋମଳମତି ଶିଶୁଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଅଙ୍ଗନବାଡି କର୍ମୀ ଶଶିରେଖା ସାହୁ କହିଛନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ବାରଣ୍ଡାରେ ଅଙ୍ଗନବାଡି କେନ୍ଦ୍ର ଚଲାଇବା ପାଇଁ ମୋ ନିଜ ବାରଣ୍ଡାରେ ଅଙ୍ଗନବାଡି କେନ୍ଦ୍ର ଚଳାଇବା ପାଇଁ ବାଧ୍ୟ ହେଉଛି. ଘର ନିର୍ମାଣ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁ ନ ଥିବା ସେ କହିଛନ୍ତି। ପ୍ରଶାସନ ସମସ୍ୟାକୁ ଗୁରୁତ୍ବ ଦେଇ ତୁରନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣପାଇଁ ଗ୍ରାମବାସୀ ଦାବି କରିଛନ୍ତି।