ପାରଳା ବିଧାୟକଙ୍କ ହସ୍ତକ୍ଷେପ ପରେ ପ୍ରଶାସନ ଦ୍ୱାରା ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ
ଗଜପତି (୩୦/୭/୨୦୨୪):ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଣ୍ଡରସିଂ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଏନାକୁଲମରେ ଘଟିବା ପରେ ଏଠାରେ ରହୁଥିବା ତାଙ୍କର ଗରିବ ପରିବାର ଓ ଗ୍ରାମବାସୀ ପାରଳା ବିଧାୟକଙ୍କୁ ଶବ ଫେରେଇ ଆଣିବା ପାଇଁ ଅନୁରୋଧ କରିଥିଲେ. ବିଧାୟକ ରୁପେଶ ସାହୁ ଏନେଇ ଗଜପତି ଜିଲ୍ଲାପାଳଙ୍କୁ ଅନୁରୋଧ ଜଣାଇବା ପରେ ଜିଲ୍ଲାପାଳଙ୍କ ସହାୟତାରେ ସମ୍ପୃକ୍ତ ମୃତ ଶ୍ରମିକଙ୍କ ଶବ ନିଜ ଗ୍ରାମରେ ଆସି ପହଞ୍ଚି ଥିଲା. ଗଜପତିର ଅଣ୍ଡରାସିଂ ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଆମ ଗ୍ରାମର, ପ୍ରଦୀପ କିଛିଦିନ ପୂର୍ବେ ଶ୍ରମିକ ଭାବେ କାମ କରିବାକୁ ତାମିଲନାଡୁର ଏର୍ଭାକୁଲମ ଯାଇଥିଲେ। ସେଠାରେ କାମ କରିବା ସମୟରେ ଛାତିରେ ଯନ୍ତ୍ରଣା ହେବାର ଅନୁଭବ କରିଥିଲେ । ଅସୁସ୍ଥ ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ | ଅସୁସ୍ଥତା ବଢ଼ିବାରେ ଲାଗିଥିଲା । ପରିବାର ଲୋକେ ଧାରଉଦ୍ଧାର କରି ଟଙ୍କା ପଠାଇ ଚିକିତ୍ସା କରିବା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ପ୍ରଦୀପଙ୍କ ଚିକିତ୍ସା ସମୟରେ ଗତ ସୋମବାର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଜାଣିବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ପ୍ରଦାନ କରି ମୃତଦେହ ଏର୍ସାକୁଲମରୁ ଅଣ୍ଡରସିଂ ଆଣିବା ବ୍ୟବସ୍ଥା କରିଥିଲେ | ରବିବାର ସନ୍ଧ୍ୟାରେ ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର କହିଲେ ମା ଓ ମାନସିକ ଭିନ୍ନକ୍ଷମ ବାପ ଅଛନ୍ତି | ତାଙ୍କର ବଡ ଓ ସାନ ଭାଇ ମଧ୍ୟ ବାହାରେ କାମ କରୁଛନ୍ତି । ଘରର ରୋଜଗରିଆ ପୁଅକୁ ହରାଇ ପିତାମାତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗୁମ୍ମା ଅଞ୍ଚଳର ଅଧିକାଂଶ ଲୋକେ ଦାଦନ ଶ୍ରମିକ ଭାବେ ଚେନ୍ନାଇ, ହାଇଦରବାଦ, ବେଙ୍ଗାଲୁରୁ ଓ ମୁମ୍ବାଇ ଉପରେ ନିର୍ଭର କରନ୍ତି । ଏଭଳି ସ୍ଥଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ସରକାର ଗ୍ରାମାଞ୍ଚଳ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଗ୍ରାମାଞ୍ଚଳରେ ରୋଜଗାର ପନ୍ଥା ଶ୍ରମିକଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେଉ ନ ଥିବା ଯୋଗୁଁ ଯୁବ ବର୍ଗ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ମିଳୁଥୁବା ପାରିଶ୍ରମିକ ତୁଳନାରେ ବାହାରେ ଅଧିକ ମିଳୁଥିବାରୁ ଗ୍ରାମବାସୀ ବାହାରକୁ ଯାଉଛନ୍ତି | ଏନେଇ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଶ୍ରମିକ ବିନା ପଞ୍ଜିକରଣ କରି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଯୋଗୁଁ ଜିଲ୍ଲା ଶ୍ରମ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ | ଶ୍ରମ କାର୍ଡ଼ ଥିଲେ ମୃତ୍ୟୁ ସହାୟତା ରାଶି ୨ଲକ୍ଷ ୫ହଜାର ଟଙ୍କା ପାଇପାରିବା ସହିତ ବିଭିନ୍ନ ସରକାରୀ ସୁଯୋଗ ମିଳିବ ବୋଲି ଜିଲ୍ଲା ଶ୍ରମ ଅଧୂକାରୀ ଲୋକନାଥ ପଣ୍ଡା କହିଛନ୍ତି। ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ