ମୋହନା ଅଁଳାଗୁଡା ରେ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟିତ .. ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଖଣି ପଞ୍ଚାୟତ ଅଁଳାଗୁଡା ଠାରେ ଆଜି ମିଶନଶକ୍ତି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ସାର ରେ କିଭଳି ଅଧିକ ରୁ ଅଧିକ ଲୋକେ ଚାଷ କରିବେ ତାହା ଆଲୋଚନା କରାଯାଇଥିଲା। ମିଶନଶକ୍ତି ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରେ ମହାଲକ୍ଷ୍ମୀ ସୋୟମ ସହାୟକ ଦଳକୁ ଜୈବିକ ସାର ଓ ବିକ୍ରୟ କେନ୍ଦ୍ର ଦିଆ ଯାଇଥିବା ବେଳେ ଅଧିକ ମାତ୍ରା ରେ କିଭଳି ଉତ୍ପାଦନ ହୋଇ ବିକ୍ରୀ କରାଯିବ ଗୁରୁତ୍ଵ ଦିଆଯିବ ବୋଲି ମିଶନଶକ୍ତି ବିଭାଗ ର ବ୍ଲକ ସଂଯୋଜକ ସିବାନନ୍ଦ ସିଂ କହିଥିଲେ। ଜୈବିକ ସାର ଉତ୍ପାଦନ ଅଧିକ ମାତ୍ରା ରେ କରାଗଲେ ବ୍ଲକ ରେ ଅଧିକ ରୁ ଅଧିକ ମହିଳା ସ୍ବାବଲମ୍ବୀ ହୋଇପାରିବେ ଓ ରାସାୟନିକ ସାର ବଦଳରେ ଜୈବିକ ସାର ଚାଷ କାର୍ଯ୍ୟ ରେ ଲଗାଇଲେ ଶରୀର ପ୍ରତି କ୍ଷତି ହେବନାହିଁ।ଏହି କାର୍ଯ୍ୟକ୍ରମ ରେ ମୋହନା କୃଷି ଅଧିକାରୀ ଭବେନ୍ଦ୍ର ମୂର୍ମୁ ଓ ଜୀବିକା ମିଶନ ର କର୍ମଚାରୀ ରଜନୀକାନ୍ତ ପଣ୍ଡା ଯୋଗ ଦେଇଥିଲେ।
Related Posts
ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଅନୁଷ୍ଠିତ!
*ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନ ଶୋଭାଯାତ୍ରା ଏବଂ ସଚେତନ ରଥ ପରିକ୍ରମା ଅନୁଷ୍ଠିତ* ନୂଆପଡା :୧୯.୦୬.(ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା…
ବାଇକ୍ ଦୁର୍ଘଟଣା ରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ
ବାଇକ୍ ଦୁର୍ଘଟଣା ରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଆର,ଉଦୟଗିରି /୧୪/୫/== କୌଣସି ଏକ ଅଜଣା ଗାଡି ଦେଲା ଧକା,ଦୁର୍ଘଟଣା ରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଘଟିଛି ।…
ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ
ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…