ଆମ ସ୍ବପ୍ନର ବିଦ୍ୟାଳୟ କୁ ନେଇ ପ୍ରତିଯୋଗିତା

ଆମ ସ୍ବପ୍ନର ବିଦ୍ୟାଳୟ କୁ ନେଇ ପ୍ରତିଯୋଗିତା………………………………….

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ ର ମିଳିତ ଉଦ୍ୟମ ରେ ଆଜି କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ଯଥା ଚକାପାଦ, ଜି ଉଦୟଗିରି, କ.ନୂଆଗାଁ,ଫିରିଙ୍ଗିଆ, ରାଇକିଆ, ଆଦି ବ୍ଲକର ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉଭୟ ବାଳକ ଓ ବାଳିକା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ସହିତ ରଚନା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି l ଏଥିରେ ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ନିଜେ ଅଧୟନ କରିଥିବା ବିଦ୍ୟାଳୟ ର ସ୍ଥିତି ଓ ନିଜ ସ୍ବପ୍ନ ର ବିଦ୍ୟାଳୟ ର ରୂପରେଖା ଉପରେ ନିଜେ ନିଜର ଭାବନା କୁ ଏକ ଚିତ୍ରାଙ୍କନ ଓ ରଚନା ମଧ୍ୟରେ ପରିପ୍ରକାଶ କରିଥିଲେ l ଏବଂ ସ୍ୱଚ୍ଛତା ଉପରେ ପିଲାମାନଂକୁ ସଚେତନତା କରାଯାଇଛି l ଆମ ଅଞ୍ଚଳ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି, କେଉଁଠି ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଲାମାନେ ପଡୁଥିବା ଦେଖିବାକୁ ମିଳୁଛି l ବିଦ୍ୟାଳୟ ର କେଉଁଠି ପାନୀୟ ଜଳ ର ସମସ୍ୟା,ତ କେଉଁଠି ଅର୍ଦ୍ଧନିର୍ମାଣ ପାଚେରୀ କେଉଁଠି ଜରାଜୀର୍ଣ୍ଣ ଅବସ୍ଥା ରେ ପାଇଖାନା ର ସ୍ଥିତି ତ କେଉଁଠି ଖେଳ ପଡିଆ ର ଅଭାବ ତ ଆଉ କେଉଁଠି ଶିକ୍ଷକ ର ଅଭାବ l ଏପରି ନାହଁ ନାହଁ ରେ ଚାଲଛି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା l ତେଣୁ ସଂଗଠନ ଏକ କାର୍ଯ୍ୟକ୍ରମ କରିଛି ଯେ ବାସ୍ତବ ରେ ଆମ ଅଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡିକ ର ବାସ୍ତବ ଚିତ୍ର ଏବଂ ଛାତ୍ର ଛାତ୍ରୀ ମାନଙ୍କ ମନରେ ଥିବା ସ୍ବପ୍ନ ର ବିଦ୍ୟାଳୟ କୁ ନେଇ କେତେ ତଫାତ ରହୁଛି ସେ ନେଇ ଏକ ପ୍ରଚେଷ୍ଟା ଜାରି ରଖିଛି l ଏବଂ ଏହାକୁ ନେଇ ବିଭିନ୍ନ ଶିକ୍ଷା ବିତ୍ତ ଓ ଭବିଷ୍ୟତ କୁ ନେଇ ସ୍ବପ୍ନ ଦେଖୁଥିବା ଜ୍ଞାନି ଗୁଣି ମାନଙ୍କ ପାଖରେ ପହଂଞ୍ଚେଇବା ସହିତ ଶିକ୍ଷା କୁ ନେଇ ଏକ ଗୁରୁତ୍ୱ ଆଲୋଚନା ଓ ପର୍ଯ୍ୟାଲୋଚନା ହେଉ ଏଥି ପାଇଁ ଆମ ସ୍କୁଲ ତଦାରଖ କମିଟି ଅଭିଭାବକ ଯୁବ ସମାଜ ଏବଂ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିବା ଆବଶ୍ୟକ l ସଂଗଠନ ର ଏପରି କାର୍ଯ୍ୟକ୍ରମ କୁ ନିଶ୍ଚିତ ଭାବରେ ସ୍ବାଗତ କାର୍ଯ୍ୟକ୍ରମ ବୋଲି ଅନୁମାନ କରାଯାଇଛି l

Leave a Reply

Your email address will not be published. Required fields are marked *