ମୋହନା ରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୫/୭ ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଠାରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ହୋଇଛି। ମୋହନା ଗ୍ରାମ ମୁଖିଆ ତଥା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ସମେତ ଗ୍ରାମବାସୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଁ ମନ୍ଦିରରୁ ଆଳତି ସାରି ବିଧି ଅନୁସାରେ ପହଣ୍ଡି ବିଜେ କରି ମହାପ୍ରଭୁଙ୍କୁ ରଥାରୂଢ଼ କରିଥିଲେ। ରଥଟଣା ପରେ ଅଧ ରାସ୍ତାରେ ଜଗନ୍ନାଥ ଙ୍କୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଅଧର ପଣା ଭୋଗ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରାସ୍ତାର ମଝିରେ ରଖିଥିଲେ। ବାହୁଡା଼ ଯାତ୍ରା ଅବସରରେ ଭକ୍ତ ମାନଙ୍କ ଉପଭୋଗ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ନାଟକ ପରିବେଷଣ କରିବା ସ୍ଥିର ହୋଇଛି। ବାହୁଡା଼ ଯାତ୍ରା ନିମନ୍ତେ ମୋହନା ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ମାନଙ୍କୁ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
Related Posts
୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ
ଦଳିତ ଓ ଆଦିବାସୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ.ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବନ୍ଦ ପାଳନ.ବିଭିନ୍ନ ରାଜ୍ୟରେ ସକାଳୁ ସକାଳୁ ପିକେଟିଂ,…
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ ଆର,ଉଦ଼ଗିରି (): ଗଜପତି ଜିଲ୍ଲାର ରାୟଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ।
ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା…