ଦଲାଇଲାମାଙ୍କ ଜନ୍ମଦିନ ପାଳିତ, ସ୍ବାସ୍ଥ୍ୟକେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରଦାନ କଲେ ତିବ୍ଦତୀୟ

ଦଲାଇଲାମାଙ୍କ ଜନ୍ମଦିନ ପାଳିତ, ସ୍ବାସ୍ଥ୍ୟକେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରଦାନ କଲେ ତିବ୍ଦତୀୟ

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ୮୯ ତମ ଜନ୍ମଦିନ ପାଳିତ ହୋଇଯାଇଛି. ଗତକାଲି ଗୁରୁବାର ଦିନ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ରନ୍ଧା ଖାଦ୍ୟକୁ ତିବ୍ଦତୀୟମାନେ ବଣ୍ଟନ କରିଛନ୍ତି. ଏହି କାର୍ଯ୍ୟକ୍ରମରେ ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ସା ପେମା ତେମେଲ, ତିବ୍ଦତୀୟାନ୍ ଲୋକାଲ ଆସେମ୍ମି ଚେୟାରମ୍ୟାନ ଜମେଲ ଦୁଣ୍ଡୁପ ଓ ବିଭିନ୍ନ କ୍ୟାମ୍ପର କ୍ୟାମ୍ପ ଲିଡର ଯୋଗ ଦେଇଥିଲେ। ଦଲାଇଲାମା ସବୁବେଳେ ଶାନ୍ତିର ବାର୍ତ୍ତା ଦେଇ ଆସୁଛନ୍ତି । ସମସ୍ତେ ଶାନ୍ତିରେ ରହିବା ସହ ସୁସମ୍ପର୍କ ସ୍ଥାପନ କରି ରହିବାକୁ ପରାମର୍ଶ ଦେଉଛନ୍ତି | ତାଙ୍କର ଜନ୍ମ ଦିନ ଅବସରରେ ପ୍ରତି ବର୍ଷ ଚନ୍ଦ୍ରଗିରି ଅଞ୍ଚଳରେ ରହୁଥ‌ିବା ତିବ୍ଦତୀୟ କିଛି ସେବା କାମ କରିଆସୁଛନ୍ତି | ଚଳିତ ବର୍ଷ ବିଭିନ୍ନ ଅନୁଷ୍ଠାନରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜିରାଙ୍ଗ ଗୁରୁଜୀ କହିଛନ୍ତି। ଏଥିସହ ମୋହନା ବଧିର ବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶୁଖୁଲା ଖାଦ୍ୟ ଓ ପାନୀୟ ବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *