ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି – ୧୨/୭/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନ୍ୟପକ୍ଷରେ ଏହି ବିଶ୍ଵ ଜନସଂଖ୍ୟା ଦିବ ପାଳନ ଅବସରରେ ପରିବାର ନିୟୋଜନ ସେବା ପ୍ରଦାନ କରାଯିବା ନିମନ୍ତେ ୨ ଗୋଟି ପକ୍ଷ ଭାବେ ଏହା ପାଳନ କରାଯାଇଛି ।ଜନସଂଖ୍ୟା ସ୍ଥିରତା ତଥା ସ୍ଥିରିକରଣ ପକ୍ଷ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଞ୍ଜୀକୃତ ଦମ୍ପତି ମାନଙ୍କ ମଧ୍ୟରେ ସଚେତନତା କରାଯିବା ନିମନ୍ତେ ସୂଚନା , ଶିକ୍ଷା , ଯୋଗାଯୋଗ ପ୍ରଭୃତି ପ୍ରକ୍ରିୟାରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରା ଯାଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର ନିୟୋଜନ ପାରମ୍ପରିକ ବ୍ୟବସ୍ଥାକୁ ବାଦ ଦେଇ ଅତ୍ୟାଧୁନିକ ବ୍ୟବସ୍ଥାକୁ ଗ୍ରହଣ କରାଯାଉଛି । ଏଥିପାଇଁ ଅନ୍ତରା ଏମପିଏ: ଇଞ୍ଜେକସନ ଓ ଚର୍ମ ଭିତରେ ପ୍ରତିରୋପଣ କରା ଯାଉଥିବା କ୍ୟାପସୁଲ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯାହାକି , ଅନ୍ତରା ଇଞ୍ଜେକସନ ୩ ମାସ ପାଇଁ ଗର୍ଭଧାରଣକୁ ରୋକାଯାଇ ପାରୁଥିବା ବେଳେ ଗର୍ଭ ନିରୋଧକ କ୍ୟାପସୁଲ ପ୍ରତିରୋପଣ ଦ୍ଵାରା ୩ ବର୍ଷ ପାଇଁ ପିଲା ଜନ୍ମକୁ ରୋକାଯାଇ ପାରୁଥିବା କୁହା ଯାଇଥିଲା ।ଏହି ଅନ୍ତରା ଏମପିଏ: ଦେବାରେ ଗଜପତି ଜିଲ୍ଲା ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବା ଏବଂ ଏଥିପାଇଁ ଭୁବନେଶ୍ୱର ସ୍ଥିତ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସମ୍ମାନିତ କରାଯିବା ସହ ପୁରସ୍କୃତ କରିଥିବା ଏବଂ ଏହି ସମ୍ମାନ ଓ ପୁରସ୍କାର ଗଜପତି ଜିଲ୍ଲା ଭାରପ୍ରାପ୍ତ ସିଡ଼ିଏମଓ: ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ ସେଠାରେ ମଞ୍ଚାସିନ ଥିବା ଅତିଥି ସର୍ବଶ୍ରୀ ବିଭାଗୀୟ ସ୍ଵତନ୍ତ୍ର ସଚିବ ଡଃ ଜିତେନ୍ଦ୍ର ମୋହନ ବେବର୍ତ୍ତା , ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡ଼ାଃ ସଂଯୁକ୍ତା ସାହୁ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାଃ ନୀଳକଣ୍ଠ ମିଶ୍ର ଏବଂ ଅତିରିକ୍ତ ନିର୍ଦ୍ଦେଶକ ଡ଼ାଃ ମୁରଲୀ ଧର ପାଢ଼ୀ ପ୍ରମୁଖଙ୍କ ଠାରୁ ଗ୍ରହଣ କରିଥିଲେ ବୋଲି କାର୍ଯ୍ୟକ୍ରମରେ ସୂଚନା ଦିଆ ଯାଇଥିଲା । ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମ ସ୍ଥଳରେ ପରିବାର କଲ୍ୟାଣ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ କାର୍ଯ୍ୟକ୍ରମର ଉଦଘାଟନ ହୋଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ତଥା ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା । ଏହି ପ୍ରଦର୍ଶନୀ ଷ୍ଟଲ ରେ ପରିବାର କଲ୍ୟାଣ ସମ୍ପର୍କିତ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ବିଭିନ୍ନ ସଚେତନତା ମୂଳକ ବ୍ୟାନର ଓ ପୋଷ୍ଟର ସବୁ ପ୍ରଦର୍ଶିତ କରା ଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର କଲ୍ୟାଣ (ଏଡିପିଏଚଓ:) ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୁଶ୍ରୀ ସୌମ୍ୟା ରାଣୀ ଗୌଡ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ଆରଏମଏନସିଏଚ ସୁଶ୍ରୀ ସିପ୍ରା ବାଲ , ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ପ୍ରମୁଖ ଯୋଗଦେଇ ଜନସଂଖ୍ୟା ଦିବସ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ଏହାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ଏହି ଅବସରରେ ପଞ୍ଜୀକୃତ ଦମ୍ପତି ମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନବ ଦମ୍ପତି କୀଟ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *