ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ….
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ): କନ୍ଧମାଳ ଜିଲ୍ଲା ରେ ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ରକ୍ତଭଣ୍ଡାର ରେ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାର ଶିବାନନ୍ଦ ଲେଙ୍କା , କନ୍ଧମାଳ ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ,ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ,ଫୁଲବାଣୀ ରକ୍ତଦାନ ସମିତି ର ସହ ସମ୍ପାଦକ ତଥା ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଜିଲ୍ଳା ପ୍ରେସକ୍ଳବର ସମ୍ପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧି,ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ,ସ୍ବାତୀ ସ୍ବେଛାସେବୀ ଅନୁଷ୍ଠାନ ର ପ୍ରଦୀପ କୁମାର ସ୍ୱାଇଁ,ମିତ୍ରା ଫାଉଣ୍ଡେସନ ର ଫାଉଣ୍ଡର ଦେବାଶିଷ ସାହାଣୀ, ରକ୍ତଦାତା ମନୋଜ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ 1 ଫୁଲବାଣୀ ରକ୍ତଭଣ୍ଡାର ଦାୟିତ୍ଵରେ ଥିବା ଡା.ସୂନୀଲ ବେହେରାଙ୍କ ତତ୍ୱାବଧାନ ରେ କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ,ସୂଜିତ କୁମାର ସାହୁ,ଅର୍ଚ୍ଚନା ପ୍ରଧାନ ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିରରେ ଟିମ୍ ହ୍ୟୁମାନିଟି କନ୍ଧମାଳ ଓ ମିତ୍ରା ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ମାନେ ରକ୍ତଦାନ କରିବା ସହିତ ସହାୟତା କରିଥିଲେ। ଶିବିରରେ ମୋଟ 28 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସାମ୍ବାଦିକ ଅଶୋକ ମହାନ୍ତି ଙ୍କ ସମେତ ଅନୁପ କୁମାର ପାତ୍ର,ସସ୍ମିତା ସାହୁ,ପୁର୍ଣ୍ଣୀମା ନାୟକ,ସୂଜାତା ଦାସ,ପ୍ରିୟଦର୍ଶିନୀ ବଗର୍ତ୍ତୀ,ଭୁମିକା ପଟ୍ଟନାୟକ,ଭି. ଜଗନ୍ନାଥ ରାଜୁ, ଅରବିନ୍ଦ ବେହେରା, ବିକାଶ ଦିଗାଲ,ମହେଶ ସୁବୁଦ୍ଧି, ବରୁଣ ପାତ୍ର,ରାଜୀବ ନେତ୍ର ପଟନାୟକ,ଚିତ୍ରସେନ ନାୟକ ଓ ସାର୍ଥକନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।