ଓଡ଼ିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ

ଓଡ଼ିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ

ଭୁବନେଶ୍ୱର: ସାରା ଓଡ଼ିଶାରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ।ପ୍ରଚଳିତ ନିୟମ ଅନୁଯାୟୀ ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *