ଆକାଂକ୍ଷୀ ବ୍ଲକ୍ ଗୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପ୍ରାୟୋଜିତ “ସମ୍ପୂର୍ଣ୍ଣତା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆକାଂକ୍ଷୀ ବ୍ଲକ୍ ଗୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପ୍ରାୟୋଜିତ “ସମ୍ପୂର୍ଣ୍ଣତା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି – ୫/୭/୨୪/ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ ଜିଲ୍ଲା ଭାବେ ପରିଚିତ ଗୁମ୍ମା ଏବଂ ଆର:ଉଦୟଗିରି ଠାରେ ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମ୍ପୂର୍ଣତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଏକକାଳୀନ ଭାବେ ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାମସ୍ଵାମୀ ମନ୍ଦିରରୁ ପୂଜାର୍ଚ୍ଚନା ହୋଇ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇପି: ଶ୍ରୀ ସୁରେନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ମଶାଲ ଜ୍ୟୋତି ଶୋଭାଯାତ୍ରା ବାହାରିଥିଲା ।ଏହି ମଶାଲ ଜ୍ୟୋତି ଗୁମ୍ମା ସ୍ଥିତ ପାଇକ ସାହି ଛକଠାରେ ପହଞ୍ଚିବା ପରେ ସେଠାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଆଦିବାସୀ ନୃତ୍ୟ ବାଜା ଓ ମହିଳାଙ୍କ ହୁଳହୁଳି ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ଅନା ଯାଇଥିଲା । ବିଡ଼ିଓ: ଶ୍ରୀ ଆକାଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମ୍ପୂର୍ଣତା ଅଭିଯାନ ଉପରେଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ଶ୍ରୀ ପଣ୍ଡା ନୀତି ଆୟୋଗଙ୍କ ପ୍ରାୟୋଜିତ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହି ଏହି ଅଭିଯାନ ଅନ୍ତର୍ଗତରେ ଲୋକଙ୍କ ଶିକ୍ଷା , ସ୍ୱାସ୍ଥ୍ୟ , ପୋଷଣ , ଭିତ୍ତିଭୂମି ବିକାଶ , ସାମାଜିକ ଓ ଅର୍ଥନୈତିକ ଭଳି ୬ ଟି ମାନଦଣ୍ଡରେ କିଭଳି ସଫଳ ରୂପାୟନ କରାଯାଇ ପାରିବ , ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମାବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ନୀତି ଆୟୋଗର ନୀତି ପ୍ରକାଶ , ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚନ୍ଦନ ପୁଝାରୀ , କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ , ମେଡିକାଲ ଅଫିସର ଡ଼ାଃ ପାର୍ଥିବ ପଣ୍ଡା ଏବଂ ସିଡିପିଓ: ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପୂର୍ଣତା ଅଭିଯାନ ଉଦ୍ଦେଶ୍ୟ ଓ ରହିଥିବା ୬ଟି ମାନଦଣ୍ଡ ସହ ତାର ସଫଳତା ଉପରେ ଆଲୋକପାତ କରିଥିଲେ ।ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ବିଡ଼ିଓ ଶ୍ରୀ ଆକାଶ ପଣ୍ଡା ଶପଥ ପାଠ କରାଇ ଥିଲେ ।ଏହି ଅବସରରେ ସଭାସ୍ଥଳରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ , ସମଗ୍ର ଶିକ୍ଷା ଅଭିଯାନ , କୃଷି ବିଭାଗ , ସ୍ୱୟଂ ସହାୟିକା ଗୋଷ୍ଟି , ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସଚେତନତା ଷ୍ଟଲ ଖୋଲାଯିବା ସହ ଚିକିତ୍ସା ଶିବିରରେ ରକ୍ତଚାପ ଓ ମଧୁମେହ ପରୀକ୍ଷା କରା ଯାଇଥିଲା । ୧୫ ଜଣ ଚାଷୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ସହ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ୬ ଟି ଜନହିତକର କାର୍ଯ୍ୟକ୍ରମ ଉପରେ ପୂର୍ବରୁ ଅନୁଷ୍ଠିତ ପେଣ୍ଟିଂ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।ଏହି ସଭା କାର୍ଯ୍ୟକ୍ରମରେ ବ୍ଲକର ଶ୍ରୀ ଉପେନ୍ଦ୍ର ମାଛ ସଞ୍ଚାଳନ କରିଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ

Leave a Reply

Your email address will not be published. Required fields are marked *