ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ

ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ

ଗଜପତି -: (୩/୭/୨୦୨୪):ସୋମବାର ଠାରୁ ଆରମ୍ଭ ହୋଇଛି ବନ ସୁରକ୍ଷା ସପ୍ତାହ l ଏକ ସପ୍ତାହ ଧରି ଚାଲିବା ପାଇଁ ଥିବା ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ବନ ବିଭାଗ କର୍ମଚାରୀ ମୋହନା ରେଞ୍ଜ ର ବିଭିନ୍ନ ଗ୍ରାମ ଏବଂ ଏବଂ ସରକାରୀ କାର୍ଯ୍ୟାଳୟ କୁ ଯାଇ ଚାରା ବଣ୍ଟନ କରିଛନ୍ତି l ଚାରା ରୋପଣ ସହ ଏହାର ସୁରକ୍ଷା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ବନ କର୍ମଚାରୀ l ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ବୃକ୍ଷ ରୋପଣ ପାଇଁ ନାରା ରହିଛି ” ୱାନ୍ ମାନ୍ ପ୍ଲାଣ୍ଟ ସେଭେନ୍” ଏହି ନାରା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ l ମୋହନା ବନ ବିଭାଗ ର ବିଭିନ୍ନ ନର୍ସରୀ ରେ ୬୨ହଜାର ବିଭିନ୍ନ ପ୍ରକାର ର ଚାରା ରହିଛି ପର୍ଯ୍ୟାୟ କ୍ରମେ ସେଗୁଡିକ ବଣ୍ଟନ କରାଯିବ l ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ ସହ ଏହାର ସୁରକ୍ଷା ପାଇଁ ସରକାର ଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି l ପରିବର୍ତ୍ତିତ ପରିବେଶ କୁ ଦେଖି ଏହାର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ବନ ଅଧିକାରୀ l ଏହି କାର୍ଯ୍ୟକ୍ରମ ରେ ମୋହନା ବନ ଅଧିକାରୀ ଲଷ୍ମୀପ୍ରସାଦ ବିଷୋୟୀ, ବନପାଳ ଦେବାଶିଷ ଶତପଥୀ ଙ୍କ ସମେତ ବନ ବିଭାଗ ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ l ସେଇ ପରି ଚନ୍ଦ୍ରଗିରି ବନ ଅଂଚଳ ର ଚାନ୍ଦିପୁଟ ଲାଲବାଦୁର ବିଦ୍ୟାଳୟ ରେ ବନ ପାଳ ବାରିକ ବେହେରା ସନ୍ତୋଷ ରଥ ଉପସ୍ଥିତ ରେ ବୃକ୍ଷ୍ୟ ରୂପଣ କରିଥିଲେ । ଗଜପତି ଜିଲା ମନୋଜ କୁମାର ପାଢୀ

Leave a Reply

Your email address will not be published. Required fields are marked *